ETV Bharat / bharat

କୁକୁଡା ଚୋରି କରିବାରୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା

author img

By ETV Bharat Odisha Team

Published : Sep 27, 2023, 12:30 PM IST

କୁକୁଡା ଚୋରି କରିବାରୁ ରାଜସ୍ଥାନରେ ଜଣଙ୍କୁ ପିଟି ପିଟି ହତ୍ୟା । ଅଧିକ ପଢନ୍ତୁ

କୁକୁଡା ଚୋରି କରିବାରୁ ହତ୍ୟା
କୁକୁଡା ଚୋରି କରିବାରୁ ହତ୍ୟା

ଜୟପୁର(ରାଜସ୍ଥାନ): କୁକୁଡା ଆଗରେ ତୁଚ୍ଛ ହେଲା ମଣିଷ ଜୀବନ । କୁକୁଡା ପାଇଁ ରକ୍ତର ନଦୀ ବୁହାଇଲେ ମାମୁଁ, ଭଣଜା ଓ ଜ୍ବାଇଁ । କୁକୁଡା ଚୋରାଇଥିବା ଲୋକକୁ ଗଛରେ ବାନ୍ଧି ପିଟି ପିଟି ମାରିଦେଲେ । ଏଭଳି ଏକ ଅମାନୁଷିକ ବର୍ବର ଘଟଣା ଘଟିଯାଇଛି ରାଜସ୍ଥାନର ଅନୁପଗଡ଼ ଜିଲ୍ଲାରେ । ମୃତକଙ୍କ ନାମ ରାମକିଶନ । ସେ ଫତୁ ରାମ ନାମକ ବ୍ୟକ୍ତିଙ୍କ ଘରୁ ତିନୋଟି କୁକୁଡା ଚୋରି କରିଥିଲେ । ଏହା ଜାଣିବା ପରେ ଫତୁ ରାମ ତାଙ୍କୁ ନୃଶଂସ ଭାବେ ହତ୍ୟା କରିଛି ।

ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ଅନୁପଗଡ଼ର ଘଡସନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ରାମକିଶନ ଫତୁରାମ ଘରୁ ୩ଟି କୁକୁଡା ଚୋରି କରି ନେଇଥିଲେ । ସେଥିରୁ ଗୋଟିଏ କୁକୁଡା ମାରି ଖାଇ ଦେଇଥିଲେ । ଯାହା ଜାଣି ପାରିଥିଲା ଫତୁ ରାମ । ଏହାପରେ ନିଜ ଭଣଜା ଓ ଜ୍ବାଇଁ ସହ ମିଶି କୁକୁଡ଼ା ଚୋରକୁ ପାନେ ଦେବାକୁ ଯୋଜନା କରିଥିଲା । ଯୋଜନା ମୁତାବକ ୩ ଜଣ ମିଶି ରାମକିଶନଙ୍କୁ ନିଜ ଘର ପାଖକୁ ଉଠାଇ ଆଣିଥିଲେ । ସେଠାରେ ଗୋଟିଏ ଗଛରେ ବାନ୍ଧି କାଠ ଫାଳିଆରେ ନିର୍ଦ୍ଧୁମ ମାଡ଼ ଦେଇଥିଲେ ।

ଏଥିରେ ରାମକିଶନ ଅଚେତ୍ ହୋଇଯାଇଥିଲେ । ଗୁରୁତର ଆହତ ହେବା ଯୋଗୁଁ କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଫତୁ ରାମ ଘର ପାଖରେ ପହଞ୍ଚିଥିଲା ଏବଂ ମୃତଦେହ ଉଦ୍ଧାର କରିଥିଲା । ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ୩ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ପୋଲିସ ଛାନଭିନ୍ କରିବା ପରେ ମୁଖ୍ୟ ଅଭିଯୁକ୍ତ ଫତୁ ରାମ ଧରାପଡିଛି । ତା' ଜ୍ବାଇଁ ଓ ଭଣଜା ଏବେ ବି ଫେରାର୍ ଅଛନ୍ତି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଦୁହିଁଙ୍କୁ ଧରିବାକୁ ଖୋଜାଖୋଜି ଚଳାଇଛି ।

ଏହାମଧ୍ୟ ପଢନ୍ତୁ: ଗଜପତିରେ ଡବଲ ମର୍ଡର, ଘରେ ପଶି ସ୍ବାମୀ-ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା

ଏନେଇ ପୋଲିସ କହିଛି, ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ କରାଯିବ । ଆଜି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ସାମାନ୍ୟ କୁକୁଡ଼ା ପାଇଁ ପିଟିପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.