ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି; ବାରଣାସୀରେ କାରକେଡ୍ ସାମ୍ନାକୁ ଡେଇଁଲା ଯୁବକ

author img

By ETV Bharat Odisha Team

Published : Sep 24, 2023, 8:17 AM IST

ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ ଗାଡି ଆଡକୁ ମାଡି ଆସିଲା ଯୁବକ । ଅଧିକ ପଢନ୍ତୁ

ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି
ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି

ଲକ୍ଷ୍ନୌ: ବାରଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ସାମ୍ନାକୁ ଡେଇଁଲେ ଯୁବକ । ମୋଦିଙ୍କ ଗାଡି ପାଖକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ନେଇଥିଲେ । ବର୍ତ୍ତମାନ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଗତକାଲି ପ୍ରଧାନମନ୍ତ୍ରୀ ବାରଣାସୀ ରୁଦ୍ରାକ୍ଷ ସେଣ୍ଟରରୁ ଏୟାରପୋର୍ଟ ଆଡ଼କୁ ଯିବାବେଳେ ଏହି ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଗତକାଲି ସନ୍ଧ୍ୟାରେ ବାରଣାସୀରେ ସମସ୍ତ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବାକୁ ଏୟାରପୋର୍ଟ ଆସୁଥିଲେ । ତାଙ୍କର ସୁରକ୍ଷା ପାଇଁ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ହେଲେ ସୁରକ୍ଷା ବଳୟକୁ ଭେଦ କରି ହଠାତ୍ ଜଣେ ଯୁବକ ତାଙ୍କର କାରକେଡ୍‌ ସାମ୍ନାକୁ ଡେଇଁ ପଡିଥିଲେ । ଯୁବକ ଜଣକ ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖକୁ ଦୌଡି ଯିବାକୁ ଉଦ୍ୟମ କରୁଥିଲେ । ଏହାଦେଖି ପ୍ରଧାନମନ୍ତ୍ରୀଙ୍କ ଗାଡିଠୁ ମାତ୍ର ୧୦ ଫୁଟ୍ ଦୂରରେ ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇ ହେପାଜତକୁ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ତେବେ ଏହି ଯୁବକ ଜଣେ ମାନସିକ ବିକୃତ ବୋଲି କୁହାଯାଉଛି । ତାଙ୍କ ଘର ଗାଜିପୁରରେ । ଏହାମଧ୍ୟ କୁହାଯାଉଛି ଯେ, ସେ ସେନାରେ ଭର୍ତ୍ତି ହେବାକୁ ପ୍ରୟାସ କରିଥିଲେ । କିନ୍ତୁ ତାଙ୍କର ରେଜଲ୍ଟ ଆସିନଥିଲା । ଚାକିରି ନେଇ ସେ ଖୁବ୍ ଚିନ୍ତିତ ଥିଲେ । ନିଜର ଏହି ସମସ୍ୟା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ସେ ଚାହୁଁଥିଲେ ଓ ଏଥିପାଇଁ ତାଙ୍କର ଗାଡ଼ି ସାମ୍ନାକୁ ମାଡ଼ି ଆସିଥିଲେ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ଏତେ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ସତ୍ତ୍ବେ ଯୁବକ ଜଣକ କେମିତି କାରକେଡ୍‌ ଭିତରକୁ ପଶି ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ପୋଲିସର ଚରମ ଅବହେଳାକୁ ପଦାରେ ପକାଇଛି । ଯଦି ସୁରକ୍ଷା ବନ୍ଦୋବସ୍ତ ଠିକ୍ ଥାଆନ୍ତା ତାହେଲେ ଏମିତି କିଛି ଘଟିନଥାନ୍ତା ବୋଲି ଅଭିଯୋଗ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନିକିଆ ବାରଣାସୀ ଗସ୍ତ କରିଥିଲେ । ସେ ସେଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳ୍ୟାନ୍ୟାସ କରିବା ସହ ୧୬ଟି ଅଟଳ ଆବସିକ ବିଦ୍ୟାଳୟର ଉଦଘାଟନ କରିଥିଲେ । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.