ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସରୁ ଓଡିଶାର 5 ବର୍ଷର ଶିଶୁକୁ ଅପହରଣ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କଲା ଦିଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ହାଥ୍ରସର ବିକାଶ ବର୍ମା ବୋଲି ଜଣାପଡିଛି ।
ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ବୁଧବାର ଦିନ ଓଡିଶାର କଟକ ଜିଲ୍ଲାର ଜଣେ ମହିଳା ପୋଲିସ ଷ୍ଟେସନକୁ ଆସି ତାଙ୍କ 5 ବର୍ଷର ପୁଅ ନିଖୋଜ ହୋଇଯାଇଥିବା ଖବର ଦେଇଥିଲେ । ସେ କଟକ ଯିବା ପାଇଁ ଇନ୍ଦୋରରୁ ଦିଲ୍ଲୀ ରେଲଓ୍ବେ ଷ୍ଟେସନକୁ ଆସିଥିଲେ । ଯେତେବେଳେ ସେ 6-7 ନମ୍ବର ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ, ସେହି ସମୟରେ ତାଙ୍କ ପାଖରେ ତାଙ୍କର 3ଜଣ ପିଲା ଥିଲେ । କିନ୍ତୁ ସବୁଠାରୁ ସାନ ପୁଅ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଶିଶୁପୁତ୍ରକୁ କେହି ଅପହରଣ କରିନେଇଥିବା ସେ ସନ୍ଦେହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ନାବାଳିକାକୁ ଅପହରଣ ଅଭିଯୋଗରେ ନାବାଳକକୁ ପ୍ରବଳ ମାଡ, ଭିଡିଓ ଭାଇରାଲ
''ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ସିସିଟିଭିରେ ଜଣେ 35 ବର୍ଷୀୟ ବ୍ୟକ୍ତି ଶିଶୁଟିକୁ ନେଇଯାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ଅଭିଯୁକ୍ତର ପୋଷ୍ଟର ଚାରିଆଡେ ପୋଲିସ ଲଗାଇଥିଲା । ଶୁକ୍ରବାର ସକାଳ ସମୟରେ ଅଭିଯୁକ୍ତ ବିକାଶ ବର୍ମାକୁ ଶ୍ରୀଶକ୍ତି ଏକ୍ସପ୍ରେସରୁ ପୋଲିସ କାବୁ କରିଥିଲା । ଏହାପରେ ପଚରା ଉଚରା କରାଯିବା ସମୟରେ ସେ ଜଣେ ସୁନା ବ୍ୟବସାୟୀ ବୋଲି କହିଥିଲା । ଏକ ବର୍ଷ ପୂର୍ବେ କ୍ଷତି ସହିବାରୁ ସେ ବ୍ୟବସାୟରୁ ନିବୃତ୍ତ ରହିଥିଲା। ଏହାପରେ ଟ୍ରେନରେ ଖାଦ୍ୟ ପ୍ୟାକେଟ ବିକ୍ରି କରୁଥିଲା । ''
ଏହା ମଧ୍ୟ ପଢନ୍ତୁ-Bihar: ନାବାଳିକାକୁ ଅପହରଣ ପରେ 28ଦିନ ଗଣଦୁଷ୍କର୍ମ !
''ଘଟଣା ଦିନ ଅଭିଯୁକ୍ତ ରେଳ ଷ୍ଟେସନରେ ଥିଲେ ଏବଂ ଜଣେ ମହିଳାଙ୍କ ସହ ତାଙ୍କ ତିନି ପିଲାଙ୍କୁ ଦେଖିଥିଲେ । ଏହାପରେ ମହିଳାଙ୍କ ସାନ ପୁଅକୁ ଅପହରଣ କରିବାକୁ ଚିନ୍ତା କରିଥିଲେ । ଶିଶୁଟିକୁ ଖାଦ୍ୟର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକର୍ଷିତ କରିଥିଲେ । ପରେ ଭିଡର ସୁଯୋଗ ନେଇ ଶିଶୁଟିକୁ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେହି ଦିନ ରାତିରେ ସେ ଶିଶୁଟିକୁ କାଟ୍ରା ନେଇ ଯାଇ ଗତକାଲି ସକାଳ ସମୟରେ ଶ୍ରୀଶକ୍ତି ଏକ୍ସପ୍ରେସରେ ଦିଲ୍ଲୀକୁ ଫେରିଆସିଥିଲେ । ଏହାପରେ ପୁଣି ଥରେ ସେ ଶିଶୁଟିକୁ ଦିଲ୍ଲୀରୁ ନିଜ ଗ୍ରାମକୁ ନେଇଯିବାକୁ ଚିନ୍ତା କରିଥିଲେ । ଏହାପରେ ପୋଲିସ ତାଙ୍କୁ କାବୁ କରି ଶିଶୁଟିକୁ ଉଦ୍ଧାର କରିଥିଲା ।