ETV Bharat / bharat

ମିଥ୍ୟା ବୋମା ଧମକ ଶୁଣି ପୋଲିସ ଛାନିଆ, ଅଭିଯୁକ୍ତ ଗିରଫ

ମୁମ୍ବାଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମିଥ୍ୟା ବୋମା ବିସ୍ଫୋରଣ ଧମକ । ଏଭଳି ଅଭିଯୋଗ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ସୁରଜ ଧର୍ମ । ଅଧିକ ପଢ଼ନ୍ତୁ

Man arrested for false bomb threat at Mumbai University

author img

By

Published : Mar 12, 2022, 7:43 AM IST

ମୁମ୍ବାଇ: ମୁମ୍ବାଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମିଥ୍ୟା ବୋମା ବିସ୍ଫୋରଣ ଧମକ । ଏଭଳି ଅଭିଯୋଗ ଆସିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ସୁରଜ ଧର୍ମ । ସୁରଜ ନାଁରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ ୧୦ ମିନିଟ ଭିତରେ ମୁମ୍ବାଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବୋମା ବିସ୍ଫୋରଣ ହେବା ନେଇ ଅଭିଯୁକ୍ତ ସୁରଜ ବୁଧବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସ ମୁଖ୍ୟ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲା ।

ତେବେ ପୋଲିସ ସମେତ ବୋମା ସ୍କ୍ବାର୍ଡ଼ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଉଭୟ ପୋଲିସ ଏବଂ ବୋମା ସ୍କ୍ବାର୍ଡ଼ ସେଠାରେ ଦୀର୍ଘ ସମୟ ଧରି ତଦନ୍ତ କରିଥିଲେ ମଧ୍ୟ କୌଣସି ବୋମା ପାଇନଥିଲେ। ଶେଷରେ ଏହା ଏକ ଫେକ୍ କଲ୍ ଥିଲା ବୋଲି ଜାଣଇବାକୁ ପାଇଥିଲା ପୋଲିସ । ଫୋନ କଲକୁ ଟ୍ରାକ କରି ଅଭିଯୁକ୍ତକୁ ମହାରାଷ୍ଟ୍ରର ସାନ୍ତାକ୍ରୁଜ ଅଞ୍ଚଳରୁ ଗିରଫ କରିଥିଲା ।

ଅନ୍ୟପକ୍ଷରେ ନିକଟରେ ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳର ରାସ୍ତାରେ ଏକ ସନ୍ଦିଗ୍ଧ ବ୍ୟାଗରେ ଜଣେ ବ୍ୟକ୍ତିର ଆଇଡି ମିଳିଥିଲା | ଗୁରୁବାର ସନ୍ଧ୍ୟାରେ ସନ୍ଦିଗ୍ଧ ବ୍ୟାଗ ଉଦ୍ଧାର ହେବା ମାତ୍ରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ବ୍ୟତୀତ ନ୍ୟାସନାଲ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.