ETV Bharat / bharat

ମମତା ଦିଦି ମାନସିକ ସନ୍ତୁଳନ ହରାଇଛନ୍ତି: ଧର୍ମେନ୍ଦ୍ର ପ୍ରଧାନ - Union Minister Dharmendra Pradhan

ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଓ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Mar 30, 2021, 1:47 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗରେ ଚାଲିଛି ଜୋରଦାର ଲଢେଇ । ବିଜେପି କର୍ମୀଙ୍କ ମାଆଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ ଅଭିଯୋଗ ଘଟଣା । ଏହା ପରେ 85 ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘଟଣାରେ ମମତାଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମମତା ଜୀ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ।

ମମତା ଦିଦି ତାଙ୍କ ମାନସିକ ସନ୍ତୁଳନ ହରାଇଛନ୍ତି । ନନ୍ଦିଗ୍ରାମରେ ନାକାରତ୍ମକ ପ୍ରଦର୍ଶନ ପାଇଁ ଅଧିକ ନିରାଶ ହୋଇପଡିଛନ୍ତି ଦିଦି । ସେ ତାଙ୍କର ପରାଜୟକୁ ଡରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରକାଶ ଥାଉକି, କିଛି ଦିନ ତଳେ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀ ଗୋପାଲ ମଜୁମଦାରଙ୍କ 85 ବର୍ଷୀୟ ମାଆ ଶୋଭା ମଜୁମଦାରଙ୍କୁ ଟିଏମସି କର୍ମୀ ପିଟିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ବୃଦ୍ଧାଙ୍କ ମୃତ୍ୟୁରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।

ଘଟଣାକୁ ନେଇ ଦିଦି କିଛି ଜାଣିନଥିବା କହିଛନ୍ତି ମମତା ବାନାର୍ଜୀ । ବୃଦ୍ଧାଙ୍କର ମୃତ୍ୟୁ କିପରି ହେଲା ମୁଁ ଜାଣିନି । ମହିଳାଙ୍କୁ ନେଇ ହେଉଥିବା ଅହିଂସାକୁ ଆମେ ସମ୍ପୂର୍ଣ୍ଣ ବିରୋଧ କରୁଛି ବୋଲି କହିଛନ୍ତି ଦିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.