ETV Bharat / bharat

ନନ୍ଦିଗ୍ରାମ ନିର୍ବାଚନ ପୁନଃ ଗଣତି ପ୍ରସଙ୍ଗ; ଜଷ୍ଟିସ ସାମ୍ପା ସରକାରଙ୍କ ଖଣ୍ଡପୀଠରେ ହେବ ଶୁଣାଣି

ନନ୍ଦିଗ୍ରାମ ଭୋଟର ପୁନଃ ଗଣତି ପାଇଁ ମମତାଙ୍କ ଆବେଦନ ଉପରେ ଶୁଣାଣି କରିବେ ଜଷ୍ଟିସ ସାମ୍ପା ସରକାର । ଅଧିକ ପଢନ୍ତୁ...

ନନ୍ଦିଗ୍ରାମ ନିର୍ବାଚନ ପୁନଃ ଗଣତି ପ୍ରସଙ୍ଗ
ନନ୍ଦିଗ୍ରାମ ନିର୍ବାଚନ ପୁନଃ ଗଣତି ପ୍ରସଙ୍ଗ
author img

By

Published : Jul 13, 2021, 9:17 AM IST

କୋଲକାତା: ନନ୍ଦିଗ୍ରାମରୁ ହାରିବା ପରେ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ ମମତା । ପୁନଃ ଭୋଟ ଗଣତି ପାଇଁ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ପଶ୍ଚିମବଙ୍ଗ (west bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(mamta Bnarjee) । ଏ ନେଇ କୋଲକାତା ହାଇକୋର୍ଟରେ ଏକ ପିଟିସନ ଦାଏର କରିଥଲେ । ଯାହାର ଶୁଣାଣି କରୁଥିଲେ ଜଷ୍ଟିସ କୌସିକ ଚାନ୍ଦ । ମାତ୍ର ବର୍ତ୍ତମାନ ଏହି ଶୁଣାଣିରୁ ଓହରି ଯାଇଛନ୍ତି କୌସିକ ଚାନ୍ଦ । ମମଲାର ଶୁଣାଣି ପାଇଁ ଜଷ୍ଟିସ ସାମ୍ପା ସରକାରଙ୍କୁ ଦାୟିତ୍ବ ଦେଇଛନ୍ତି କୋଲକାତା ହାଇକୋର୍ଟ ।

ନିର୍ବାଚନ ନେଇ ପୁନଃ ଭୋଟ ଗଣତି ମାମଲା ଉପରେ ଶୁଣାଣି ନେଇ ହାଇକୋର୍ଟକୁ ଅପମାନ କରିଥିଲେ ମମତା । ଏ ନେଇ ଜୁଲାଇ 7ରେ ମମତାଙ୍କ ଉପରେ 5 ଲକ୍ଷ ଟଙ୍କା ଜରିମାନା ଦେବାରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏହା ସହିତ ମାମଲାର ଶୁଣାଣିରୁ ଓହରିଯାଇଥିଲେ ଜଷ୍ଟିସ କୌସିକ ଚାନ୍ଦ । ମାମଲାର ଶୁଣାଣି ନେଇ ଜଷ୍ଟିସଙ୍କୁ ବଦଳେଇବାକୁ ଆବେଦନ କରିଥିଲେ ମମତା । ଏହା ସହିତ ଜଷ୍ଟିସ କୌସିକ ଚାନ୍ଦଙ୍କର ବିଜେପି ସହିତ ସମ୍ପର୍କ ଅଛି ବୋଲି ଅଭିଯୋଗ ଆଣିଥିଲେ ମମତା । ମାମଲାର ଶୁଣାଣି ନେଇ ଜଷ୍ଟିସ ସାମ୍ପା ସରକାରଙ୍କୁ ଦାୟିତ୍ବ ଦିଆଯାଇଛି ।

ଦୁଇମାସ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା (westbengal election) ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଜୋରଦାର ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାଜିତ କରିଥିଲେ । ନନ୍ଦିଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ବିଧାନସଭା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଧମକ ଚମକ ଦିଆଯାଇଛି । ଯାହା ନିଜେ ରିଟର୍ଣ୍ଣିଂ ଅଫିସ କହିଥିବା ମମତା କହିଛନ୍ତି ।

ଫଳରେ ନନ୍ଦିଗ୍ରାମ ଫଳାଫଳକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ନନ୍ଦିଗ୍ରାମରେ ପୁନଃ ଗଣତି ଆବେଦନ କରି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପ୍ରସଙ୍ଗକୁ ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ନନ୍ଦିଗ୍ରାମରେ ପୁନଃ ଭୋଟ ଗଣନା କରିବାକୁ ଦାବି କରିଥିଲା। କିନ୍ତୁ TMCର ଦାବିକୁ ଅଗ୍ରାହ୍ୟ କରିଥିଲେ ନିର୍ବାଚନ କମିଶନ ।

ସୂଚନାଯୋଗ୍ୟ ଯେ ନନ୍ଦିଗ୍ରାମରେ ଟିଏମସି ପରାଜୟ ସତ୍ତ୍ବେ 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଦଳ 213ଟି ଆସନରେ ବିଜୟୀ ହୋଇଛି । ଏହାସହ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେପଟେ ବିଜେପି ରାଜ୍ୟରେ 77ଟି ଆସନ ସହିତ ଦ୍ବିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.