ETV Bharat / bharat

ଆଜି ଭବାନୀପୁରରୁ ନାମାଙ୍କନ ଦାଖଲ କରିବେ ମମତା

author img

By

Published : Sep 10, 2021, 11:15 AM IST

Updated : Sep 10, 2021, 1:28 PM IST

ଉପନିର୍ବାଚନ ପାଇଁ ଭବାନୀପୁରରୁ ନାମାଙ୍କନ ପତ୍ର ଦାଖଲ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଭବାନୀପୁରରୁ ନାମାଙ୍କନ ଦାଖଲ କଲେ ମମତା
ଭବାନୀପୁରରୁ ନାମାଙ୍କନ ଦାଖଲ କଲେ ମମତା

କୋଲକାତା: ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁରରୁ ମମତା ନାମାଙ୍କନ ପତ୍ର ଦାଖଲ କରିବେ ।

ସୂଚନା ଅନୁଯାୟୀ ନାମାଙ୍କନ ଦାଖଲ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଦ୍ଧିଦାତା ଗଣେଶଙ୍କ ଆଶୀର୍ବାଦ ନେଇଛନ୍ତି । ପ୍ରଭୁ ବିଘ୍ନନାଶନଙ୍କ ଦର୍ଶନ ପରେ ଅଲିପୁର ସର୍ଭେ କାର୍ଯ୍ୟାଳୟରେ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ ।

ତେବେ ଆସନ୍ତା 30 ରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଛି । ଭବାନୀପୁରରେ ଶୋଭନଦେବ ଚଟ୍ଟୋପାଦ୍ଧାୟଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଥିଲା । ତେଣୁ ଉପନିର୍ବାଚନରେ ବିଧାୟକ ପଦ ପୂରଣ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ହାରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ଭବାନୀପୁରରୁ ନାମାଙ୍କନ ପତ୍ର ଦାଖଲ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2021, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.