ETV Bharat / bharat

Mamata at Mumbai: ମେଣ୍ଟ ସମ୍ମିଳନୀ ପୂର୍ବରୁ ବିଗ ବିଙ୍କୁ ଭେଟିଲେ, ଉଦ୍ଧବଙ୍କୁ ରାକ୍ଷୀ ବାନ୍ଧିଲେ - ଦେଖାଯିବ ନୀଳ ଜହ୍ନ

ମୁମ୍ବାଇରେ ମମତା ବାନାର୍ଜୀ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଭେଟିଲେ । ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟି ବାନ୍ଧିଲେ ରାକ୍ଷୀ । ଗୁରୁବାର ବିରୋଧୀ ସମ୍ମିଳନୀରେ ହେବେ ସାମିଲ । ଅଧିକ ପଢନ୍ତୁ

ବିଗ ବିଙ୍କୁ ରକ୍ଷୀ ବାନ୍ଧିଲେ ଦିଦି, କହିଲେ ଅମିତାଭ ବଚ୍ଚନ ମୋ ପାଇଁ ଭାରତରତ୍ନ

author img

By ETV Bharat Odisha Team

Published : Aug 30, 2023, 9:12 PM IST

Updated : Aug 31, 2023, 6:46 AM IST

ମୁମ୍ବାଇ: ଆଜି(ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଥିବା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ମୁମ୍ବାଇରେ ପହଞ୍ଚିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ସାକ୍ଷାତ କରିଛନ୍ତି । ଆଜି ଅପରାହ୍ନରେ ମମତା ଅମିତାଭଙ୍କ ବାସଭବନ ଜଲସାରେ ପହଞ୍ଚି ତାଙ୍କୁ ଓ ତାଙ୍କ ପୁରା ପରିବାରକୁ ଭେଟିଛନ୍ତି । ମମତା ଅମିତାଭଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିବା ଚର୍ଚ୍ଚା ହେଉଥିବା ବେଳେ ଟିଏମ୍‌ସି ପକ୍ଷରୁ ସେପରି କିଛି ସ୍ପଷ୍ଟ କରାଯାଇନି ।

  • A memorable day!

    Today, Hon'ble CM @MamataOfficial was graciously hosted by @SrBachchan and Mrs. Jaya Bachchan along with their family at their residence in Mumbai.

    She had a joyous time meeting them and extended her wishes and blessings.

    Few moments👇 pic.twitter.com/WFwTvDC0yC

    — All India Trinamool Congress (@AITCofficial) August 30, 2023 " class="align-text-top noRightClick twitterSection" data=" ">

ଅମିତାଭଙ୍କ ପରିବାର ସଦସ୍ୟଙ୍କ ସହ ସେ ମଧ୍ୟ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଅମିତାଭ ତାଙ୍କ ପାଇଁ ଭାରତରତ୍ନ ବୋଲି ମମତା କହିଥିଲେ । ଅମିତାଭଙ୍କ ପୁରା ପରିବାର ମମତାଙ୍କ ସହ ନଜର ଆସିଥିଲେ । ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ ମମତାଙ୍କୁ ସ୍ବାଗତ କରିଥିଲେ । ଜୟାଙ୍କୁ ମମତା ଆଲିଙ୍ଗନ କରିଥିଲେ ।

ପରେ ସେ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ମଧ୍ୟ ପହଞ୍ଚିଥିଲେ । ସେଠାରେ ସେ ଉଦ୍ଧବ ଠାକରେ ଓ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିବା ସହ ଉଦ୍ଧବଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ମମତା ପହଞ୍ଚିବା ପରେ ଉଦ୍ଧବ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ରାକ୍ଷୀ ବାନ୍ଧିବା ସହ ଉଭୟଙ୍କ ମଧ୍ୟରେ ସ୍ବଳ୍ପକାଳୀନ ଆଲୋଚନା ମଧ୍ୟ ହେଇଥିଲା ।

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ 3ୟ ସମ୍ମିଳନୀ । ଏଥିରେ ମୋଟ 28 ପାର୍ଟିର 63 ଜଣ ନେତା ସାମିଲ ହେବା ନିଶ୍ଚିତ ହୋଇଛି । ଏହି ଅବସରରେ ଆଜି ମୁମ୍ବାଇରେ ପହଞ୍ଚି ସାରିଛନ୍ତି ମମତା । ସେ ଗତକାଲି ଘରୋଇ ରନ୍ଧନ ଗ୍ୟାସ ଉପରେ ଅଚାନକ 200 ଟଙ୍କା ଦର ହ୍ରାସ କରିବା ପ୍ରସଙ୍ଗରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆସୁଥିବା ନିର୍ବାଚନ ପାଇଁ ମୋଦି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ସେ ନିର୍ବାଚନ ଫଳାଫଳ ନେଇ ଗଣମାଧ୍ୟମ ପ୍ରଶ୍ନରେ ‘ଖେଲା ହବେ’ ବୋଲି ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Mumbai ‘INDIA’ Meet: 28ଦଳ ଯୋଗ ଦେଉଥିବା ସ୍ପଷ୍ଟ କଲେ ଶରଦ, କହିଲେ ବିଜେପି ସହିତ ଅଛନ୍ତି ମାୟାବତୀ

ଆସନ୍ତାକାଲିଠାରୁ ହେବାକୁ ଯାଉଥିବା ବୈଠକରେ ମେଣ୍ଟର ଆବାହକ ନାମ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟପନ୍ଥା ସ୍ଥିର ହୋଇପାରେ । ବିରୋଧୀଙ୍କ ପ୍ରଥମ ଅଣଔପଚାରିକ ବୈଠକ ପାଟନାରେ ବିହାର ମୁଖ୍ଯମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ହୋଇଥିଲା । ଦ୍ବିତୀୟଟି ବେଙ୍ଗାଲୁରୁରେ ହୋଇଥିଲା । ଯେଉଁଠାରେ ବିରୋଧୀ ମେଣ୍ଟ ଇଣ୍ଡିଆ ନାମରେ ଆତ୍ମପ୍ରକାଶ କରିଥିଲା । ଏହାପରେ ତୃତୀୟ ବୈଠକ ଆସନ୍ତାକାଲିଠାରୁ ମୁମ୍ବାଇରେ ହେବାକୁ ଯାଉଛି । ଏଥିରେ ସାମିଲ ହେବା ପାଇଁ ବିରୋଧୀ ନେତାମାନେ ମୁମ୍ବାଇରେ ପହଞ୍ଚିବା ଆରମ୍ଭ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2023, 6:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.