କୋଲକାତା: ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଫଳାଫଳ ମଧ୍ୟ ଆସି ସାରିଛି । ଏବେ ସରକାର ଗଠନର ପ୍ରସ୍ତୁତି ଜାରି ରହିଛି । ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ରାଜଭବନରେ ଶପଥ ନେବେ ।
କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କ ଗହଣରେ ରାଜ ଭବନ ପରିସରରେ ରାଜ୍ୟପାଳ ଜଗଦୀଶ ଧନକର ସକାଳ 10.45 ରେ ମମତା ବାନାର୍ଜୀଙ୍କୁ ଶପଥ ପାଠ କରାଇବେ ।
କିଏ ହେବେ ଅତିଥି....
ତୃଣମୂଳ କଂଗ୍ରେସ ତରଫରୁ ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣା ପାଇଁ ସୀମିତ ଅତିଥିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ ଅତିଥି ରହିବେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବେଙ୍ଗଲ ରାଜା ତଥା ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସମେତ ଆଉ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ପ୍ରଶାନ୍ତ କିଶୋର ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।