ETV Bharat / bharat

ପଶ୍ଚିମବଙ୍ଗରେ ମାଗଣା କୋରୋନା ଟୀକା ବାଣ୍ଟିବେ ମମତା ସରକାର

author img

By

Published : Jan 10, 2021, 12:03 PM IST

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋରୋନା ଟୀକାକରଣ ସମ୍ପର୍କରେ ଏକ ବଡ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତଙ୍କୁ କୋରୋନା ଟୀକା ମାଗଣାରେ ବଣ୍ଟନ କରିବେ । ଅଧିକ ପଢନ୍ତୁ..

ମମତା ସରକାର
ମମତା ସରକାର

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋରୋନା ଟୀକାକରଣ ସମ୍ପର୍କରେ ଏକ ବଡ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତଙ୍କୁ କୋରୋନା ଟୀକା ମାଗଣାରେ ବଣ୍ଟନ କରିବେ । ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ମମତା ସରକାରଙ୍କ ଏହା ବଡ ଘୋଷଣା।

ପ୍ରକାଶଥାଉକି, 16 ଜାନୁଆରୀ 2021 ରୁ ଦେଶରେ କୋରୋନା ଟୀକାକରଣ ଅଭିଯାନ ଆରମ୍ଭ ହେଉଛି । ଏହାପୂର୍ବରୁ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ମାଗଣାରେ କୋରୋନା ଟୀକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେଜିଷ୍ଟ୍ରେସନ କରିଥିବା 3 କୋଟି ଲୋକଙ୍କ ପାଇଁ ଜାନୁଆରୀ 16 ରୁ ଟୀକାକରଣ ଆରମ୍ଭ ହେବ । ଏଥିରେ ସ୍ବାସ୍ଥ୍ୟ କର୍ମୀ, କୋଭିଡ ଯୋଦ୍ଧା, 50 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଅଛନ୍ତି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ଏହି ଲୋକଙ୍କଠାରୁ ଟଙ୍କା ନିଆଯିବ କି ନାହିଁ ତାହା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଜଣାଇ ନାହାଁନ୍ତି।

ଏହି ସମୟରେ ଦିଲ୍ଲୀ ସମେତ ଅନେକ ରାଜ୍ୟ ଦେଶବାସୀଙ୍କୁ ମାଗଣାରେ କୋରୋନା ଟୀକା ଦେବାକୁ ଦାବି କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ସମୟରେ ବିଜେପି ମଧ୍ୟ ପ୍ରତିଶୃତି ଦେଇଛି ଯେ ଯଦି ସେମାନଙ୍କ ସରକାର କ୍ଷମତାକୁ ଆସେ ତେବେ କୋରୋନା ଟୀକା ସମସ୍ତଙ୍କୁ ମାଗଣାରେ ଦିଆଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.