ETV Bharat / bharat

Mother Teresa missionaryର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କେନ୍ଦ୍ର: ମମତା

author img

By

Published : Dec 27, 2021, 8:42 PM IST

ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ଫ୍ରିଜ କରିଥିବା ଅଭିଯୋଗ ଆଣିଲେ ମମତା ବାନାର୍ଜୀ । ଖଣ୍ଡନ କଲା କେନ୍ଦ୍ର । ମୁହଁ ଖୋଲୁ ନାହାନ୍ତି ମିଶନାରୀ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Mother Teresa missionaryର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କେନ୍ଦ୍ର: ମମତା
Mother Teresa missionaryର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି କେନ୍ଦ୍ର: ମମତା

କୋଲକାତା: ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟି ଦ୍ୱାରା ପରିଚାଳିତ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛନ୍ତି କେନ୍ଦ୍ର ସରକାର । ଏପରି କିଛି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ମୁଖ୍ୟ ମମତା ବାନାର୍ଜୀ । ତେବେ ମମତାଙ୍କ ଏପରି ଅଭିଯୋଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରିବା ସହ ଭିନ୍ନ ଏକ ସୂଚନା ମଧ୍ୟ ମିଳିଛି । ମିଶନାରୀ ନିଜେ ତାର ବ୍ୟାଙ୍କ ଆକାଉଣ୍ଟ ଗୁଡିକ ସ୍ଥଗିତ ବା ଫ୍ରିଜ କରିବା ପାଇଁ ଅନୁରୋଧ କରାଯାଇଥିବା SBI କର୍ତ୍ତୃପକ୍ଷ କହିଛନ୍ତି ।

ବିବୃତ୍ତିରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ମିଶନାରୀ ଅଫ୍ ଚ୍ୟାରିଟିର କୌଣସି ଆକାଉଣ୍ଟକୁ ଫ୍ରିଜ୍ କରିନାହିଁ । ସେହିପରି ଟେଷ୍ଟବ୍ୟାଙ୍କ ଅଫ ଇଣ୍ଡିଆ (SBI) ସୂଚନା ଦେଇଛି ଯେ ମିଶନାରୀ ଅଫ୍ ଚ୍ୟାରିଟି ନିଜ ଆକାଉଣ୍ଟକୁ ଫ୍ରିଜ୍ କରିବାକୁ ଏସବିଆଇକୁ ଏକ ଅନୁରୋଧ ପଠାଇଛି । ମମତାଙ୍କ ଏପରି ଅଭିଯୋଗ ଉପରେ ମିଶନାରୀ ଅଫ୍ ଚାରିଟିର କର୍ମକର୍ତ୍ତାମାନେ କିଛି କହିବାକୁ ମନା କରି ଥିବାବେଳେ ଏପରି କିଛି ହୋଇଥିବା ନେଇ ସେମାନଙ୍କ ନିକଟରେ ସୂଚନା ନଥିବା ମଧ୍ୟ କହିଛନ୍ତି ।

ମମତା ଏହି ସମ୍ପର୍କରେ ଟ୍ବିଟ କରି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ମମତା କେନ୍ଦ୍ରକୁ କଟାକ୍ଷ କରି କହିଥିଲେ ଖ୍ରୀଷ୍ଟମାସରେ ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ୟୁନିଅନ୍ ମନ୍ତ୍ରଣାଳୟ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଏହାକୁ ଆମେ ନିନ୍ଦା କରୁଛୁ ବୋଲି କହିଥିଲେ ମମତା । ମମତାଙ୍କ ଏପରି ଅଭିଯୋଗ ଉପରେ କେନ୍ଦ୍ର ସ୍ପଷ୍ଟୀକରଣ ରଖି ଖଣ୍ଡନ କରିବା କରିଛି । ତେବେ ମିଶନାରୀ କର୍ତ୍ତୃପକ୍ଷଙ୍କ ଏପରି କୌଣସି ଅଭିଯୋଗକୁ ସ୍ବୀକାର ନକରିବା ମଧ୍ୟ ମମତାଙ୍କ ଅଭିଯୋଗର ସତ୍ୟତା ସମ୍ପର୍କରେ ମଧ୍ୟ ସନ୍ଦେହ ଉପୁଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.