ETV Bharat / bharat

ନନ୍ଦିଗ୍ରାମ ବ୍ୟାଟେଲ; ହାରିଲେ ମମତା, ଆଣିଲେ ସଙ୍ଗୀନ ଅଭିଯୋଗ

author img

By

Published : May 3, 2021, 10:52 PM IST

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସି ସାରିଥିବା ବେଳେ ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ....

ନନ୍ଦିଗ୍ରାମ ବ୍ୟାଟେଲ; ହାରିଲେ ମମତା, ଆଣିଲେ ସଙ୍ଗୀନ ଅଭିଯୋଗ
ନନ୍ଦିଗ୍ରାମ ବ୍ୟାଟେଲ; ହାରିଲେ ମମତା, ଆଣିଲେ ସଙ୍ଗୀନ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସି ସାରିଥିବା ସତ୍ତ୍ବେ ହାଇପ୍ରୋଫାଇଲ ନନ୍ଦିଗ୍ରାମ ଆସନକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ଉକ୍ତ ଆସନରେ ପରାଜିତ ପ୍ରର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ହାରକୁ ସ୍ବାଭାବିକ ଭାବେ ଗ୍ରହଣ କରିପାରୁନାହାଁନ୍ତି । ଆଜି (ସୋମବାର) ଏହି ପ୍ରସଙ୍ଗରେ ପୁଣି ଏକ ବିସ୍ଫୋରକ ଅଭିଯୋଗ କରିଛନ୍ତି ମମତା ।

ମମତା କହିଛନ୍ତି ଉକ୍ତ କେନ୍ଦ୍ରରେ ପୁନଃମତଗଣନା କରାଗଲେ ଦାୟିତ୍ବରେ ଥିବା ସମ୍ପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ରହିଥିବା ପ୍ରକାଶ କରିଛନ୍ତି ସମ୍ପୃକ୍ତ ଅଧିକାରୀ । ମୋ ନମ୍ବରକୁ ଏକ ଏସଏମଏସ୍ ଆସିଛି । ସେଥିରେ ଲେଖାଯାଇଛି ନନ୍ଦିଗ୍ରାମରେ ପୁନଃଗଣତି ହେଲେ ସମ୍ପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ଜୀବନ ବିପଦରେ ପଡିବ । ତେବେ ଏକ ସାମ୍ବାଦିକ ସମ୍ମୀଳନୀରେ ମମତା ଏପରି ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି ।

ସେହିପରି ରବିବାର ତୃଣମୂଳ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ପୁନଃ ଗଣତି ପାଇଁ ଆବେଦନ କରିଥିଲେ । ଉକ୍ତ ଅଭିଯୋଗ ଭିତ୍ତିହୀନ ଦର୍ଶାଇବା ସହ ପୁନଃ ଗଣତିର ଆବଶ୍ୟକତା ନଥିବା ସ୍ପଷ୍ଟ କରିଛନ୍ତି । ତେବେ ଉକ୍ତ ଘଟଣା ପରେ ମମତା କୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ରବିବାର ଗଣତି ଚାଲିଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବହୁ ପ୍ରତିକ୍ଷୀତ ଆସନର ଫଳାଫଳ ନେଇ ଦ୍ବନ୍ଦ୍ବ ଲାଗିରହିଥିଲା । ସନ୍ଧ୍ୟାରେ ମମତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଥିଲେ । ଫଳାଫଳ ପରେ ଏହାକୁ ଟିଏମସି ପକ୍ଷରୁ ସହଜରେ ଗ୍ରହଣ କରିପାରିନାହିଁ । ପ୍ରଥମେ ପୁନଃ ଗଣତି ପାଇଁ ଆବେଦନ କରି ଚିଠି ଲେଖିବା ପରେ କୋର୍ଟର ଦ୍ବାରସ୍ତ ହେବା ନେଇ ମଧ୍ୟ ପ୍ରସ୍ତୁତି ଚଳାଇଛି ମମତାଙ୍କ ଟିମ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.