ETV Bharat / bharat

Lok Sabha polls: କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ପୁନଃଗଠନ କଲେ ଖଡଗେ

author img

By

Published : Aug 20, 2023, 5:47 PM IST

ନିର୍ବାଚନ ପୂର୍ବରୁ କଂଗ୍ରେସ ପୁନଃଗଠନ କଲା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି । ଖଡଗେ, ସୋନିଆ, ରାହୁଲ, ପ୍ରିୟଙ୍କାଙ୍କ ସହ ସାମିଲ ହେଲେ ଶଶି ଥରୁର । ଅଧିକ ପଢନ୍ତୁ

Lok Sabha polls: ଓ୍ବାର୍କିଂ କମିଟି ଗଢିଲେ ଖଡଗେ

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି (CWC)ର ପୁନଃଗଠନ କଲା କଂଗ୍ରେସ । ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଆଜି ଏହି କାର୍ଯ୍ୟକାରିଣୀ କମିଟିର ପୁନଃଗଠନ କରିଛନ୍ତି । ଆସନ୍ତାବର୍ଷ 2024ରେ ସାଧାରଣ ନିର୍ବାଚନ ପୂର୍ବରୁ ଓ ଚଳିତ ବର୍ଷ ଶେଷଭାଗରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ରହିଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ 2ଟି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ରହିଛି । ଆଜି ପୁନଃଗଠିତ ହୋଇଥିବା କମିଟି ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଅଙ୍ଗ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ନୂତନ CWCରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ତଥା ଦଳର ବର୍ତ୍ତମାନ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରୟିଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ପୁରୁଖା ନେତା ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଚଳିତ ଥର ଗାନ୍ଧୀ ପରିବାରର ସମାଲୋଚକ କୁହାଯାଉଥିବା ଜି-23 ଗୋଷ୍ଠୀର ନେତା ମଧ୍ୟ ଏହି ସର୍ବୋଚ୍ଚ କମିଟିରେ ସାମିଲ ହୋଇଛନ୍ତି । ଶଶି ଥରୁର ଏବଂ ଆନନ୍ଦ ଶର୍ମାଙ୍କୁ କମିଟିରେ ନୂତନ ଭାବେ ସାମିଲ କରାଯାଇଛି ।

ସେହିପରି ଦଳର ବରିଷ୍ଠ ନେତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରପ୍ପା ମୋଇଲି ଏବଂ ମନୀଷ ତିୱାରୀଙ୍କୁ ସ୍ଥାୟୀ ସଦସ୍ୟ ଭାବେ ନିମନ୍ତ୍ରଣ କରାଯାଇଛି । ପୁନଃନିର୍ମାଣ ହୋଇଥିବା CWCରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ମଧ୍ୟ ସାମିଲ କରିଛି ଦଳ ।

ଏହି ନବଗଠିତ କମିଟିରେ 39 ନିୟମିତ ସଦସ୍ୟ, 32 ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ସହ କିଛି ରାଜ୍ୟ ପ୍ରଭାରୀ ଓ 13 ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ଏହି କମିଟିରେ ଛାତ୍ର କଂଗ୍ରେସ (NSUI), ଦଳର ମହିଳା ମୋର୍ଚ୍ଚା ଓ ସେବାଦଳର ପୂର୍ବତନ ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି । ଗାନ୍ଧୀ ପରିବାର ନିକଟରୁ ଦଳର ସର୍ବୋଚ୍ଚ ସାଙ୍ଗଠନିକ କ୍ଷମତା ଖଡ଼ଗେଙ୍କ ହାତକୁ ଆସିବା ପରେ ଏହା ପ୍ରଥମ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟିର ପୁନଃଗଠନ ।

ଏହା ମଧ୍ୟ ପଢନ୍ତୁ:-2024 polls: 5 ଦକ୍ଷିଣ ରାଜ୍ୟରେ ଦଳର ପ୍ରସ୍ତୁତି ସମୀକ୍ଷା କରିବେ ଖଡଗେ

ଖଡ଼ଗେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଦଳ ଉତ୍ତରରେ ହିମାଚଳ ପ୍ରଦେଶରେ ଓ ଦକ୍ଷିଣରେ କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ପରାଜିତ କରି ସରକାର ଗଠନ କରିବାରେ ସଫଳ ହୋଇଛି । ଏହାପରେ ଏବେ 5 ରାଜ୍ୟରେ ବଧାନସଭା ନିର୍ବାଚନ ଉପରେ ଖଡ଼ଗେଙ୍କ ରଣନୀତି ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ କଂଗ୍ରେସ ଶାସିତ ଛତିଶଗଡ଼ରେ ଦଳର ସ୍ଥିତି ଭଲ ଥିଲେ ସୁଦ୍ଧା ରାଜସ୍ଥାନରେ ମୁଖ୍ଯମନ୍ତ୍ରୀ ଗେହଲୋଟ ଓ ଯୁବନେତା ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଯାହା ରାଜସ୍ଥାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏପରି ସ୍ଥଳେ ଏହି ରାଜ୍ୟଗୁଡିକରେ ଦଳର ପ୍ରଦର୍ଶନ ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଭାବ ପକାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.