ETV Bharat / bharat

Adani Scam: ମୋଦିଙ୍କୁ ମୌନୀ ବାବା କହିଲେ ମଲ୍ଲିକାର୍ଜୁନ, ସଂସଦରେ ହଙ୍ଗାମା

author img

By

Published : Feb 9, 2023, 9:40 AM IST

Updated : Feb 9, 2023, 10:08 AM IST

ଗୌତମ ଆଦାନୀ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି । କେନ୍ଦ୍ର ସରକାର ଜାଣିଶୁଣି ଏ ପ୍ରସଙ୍ଗରେ ଆଲୋଚନା କରୁନାହାନ୍ତି ସେ ଆଦାନୀଙ୍କୁ ସାହାଯ୍ୟ କରୁଥିବା କହିଛନ୍ତି ବିରୋଧୀ । ଆଦାନୀ ମାମଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ କଣ କହିଲେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Adani Scam
ମୋଦିଙ୍କୁ ମୌନୀ ବାବା କହିଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦରେ ଝଡ ଲାଗି ରହିଛି । ଆଦାନୀ ମାମଲାକୁ ନେଇ ଗୃହରେ ଆଲୋଚନା କରିବାକୁ ବିରୋଧୀ ଦାବି କରି ଆସୁଛନ୍ତି । ଆଦାନୀ ଝଡକୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୌନୀ ବାବା କହିଛନ୍ତି । ଆଦାନୀ ପ୍ରସଙ୍ଗରେ ମୋଦିଙ୍କ ନିରବତାକୁ ନେଇ ମଲ୍ଲିକାର୍ଜୁନ ଖଡଗେ ଏହା କହିଛନ୍ତି । ଏଭଳି ଟିପ୍ପଣୀକୁ ନେଇ ଜବାବ ଦେଇଛନ୍ତି ଉପରାଷ୍ଟ୍ରପତି ।

ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖି କହିଥିଲେ, ''ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ପଚାରିବାକୁ ଚାହୁଁଛି ଯେ ଆପଣ କାହିଁକି ଚୁପ ଅଛନ୍ତି । ଆପଣ ଅନ୍ୟ ସମସ୍ତଙ୍କୁ ଭୟଭୀତ କରୁଛନ୍ତି ତେବେ ଶିଳ୍ପପତିଙ୍କୁ କାହିଁକି ଭୟଭୀତ କରାଉନାହାନ୍ତି । ଆପଣ ନୀରବ ରହିବାକୁ ପସନ୍ଦ କରୁଛନ୍ତି ଏବଂ ଆପଣ ମୌନୀ ବାବା ହୋଇ ଯାଇଛନ୍ତି ।'' ଏହା ସହିତ ଆଦାନୀ ଗ୍ରୁପ ମାମଲାରେ ରାଜ୍ୟସଭାରେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଥିଲେ । ପୂର୍ବରୁ ଜେପିସି ଦାବି କରି ସଂସଦ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ...PM Modi in Loksabha: ‘2014 ପୂର୍ବରୁ କଂଗ୍ରେସର 10ବର୍ଷ ଶାସନ କାଳ ଘୋଟାଲାର ଦଶନ୍ଧି'

ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ପ୍ରତିକ୍ରିୟା ପରେ କଡା ଜବାବ ଦେଇଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ କହିଥିଲେ ଯେ, ଏଭଳି ଟିପ୍ପଣୀ ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ ।

ଗତକାଲି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିରୋଧୀଙ୍କ ଉପରେ କଡା ପ୍ରହାର କରିଥିଲେ । 2004ରୁ 2014 ଭିତରେ ସର୍ବାଧିକ ଦୁର୍ନୀତି ହୋଇଛି । 10 ବର୍ଷର ୟୁପିଏ ଶାସନ ବିରୋଧରେ ବର୍ଷିଥିଲେ ମୋଦି । କଂଗ୍ରେସର ଶାସନକାଳ ମଧ୍ୟରେ ଦେଶ ସମସ୍ୟାରେ ଭରପୁର ରହିଥିଲା । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜ ଅଭିଭାଷଣ ରଖି ଏପରି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସ୍ବାଧୀନତାର ଇତିହାସରେ ସର୍ବାଧିକ ଘୋଟାଲାପୂର୍ଣ୍ଣ ଦଶକ ରହିଥିଲା । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ଶାସନ ବେଳେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣରେ ଦେଶବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିବା କହିଥିଲେ ମୋଦି ।

Last Updated : Feb 9, 2023, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.