ବେଙ୍ଗାଲୁରୁ: ରକ୍ତ ଦାନ ମହାପୁଣ୍ୟ । ସେ ମଣିଷ ହେଉ କି ପଶୁ । ମଣିଷ ଯେପରି ରକ୍ତ ଦେଇ ଆଉ ଗୋଟେ ମୂଲ୍ୟବାନ ବଞ୍ଚାଇଥାଏ, ସେହିପରି ରକ୍ତ ଦେଇ ମାଈ କୁକୁର ମାୟାର ଜୀବନ ବଞ୍ଚାଇଛି ଅଣ୍ଡିରା କୁକୁର ଚାର୍ଲି (Male dog saved life of a female dog by donating blood )। କର୍ଣ୍ଣାଟକ ଧାରୱାଦ କୃଷି ମେଳାରେ ଏଭଳି ଏକ ବିରଳ ଘଟଣା (Rare incident in Dharwad Agriculture Mela) ଦେଖିବାକୁ ମିଳିଛି ।
ମାଈ କୁକୁର ମାୟା ଗତ ୩ ଦିନ ଧରି ଭୀଷଣ ଜ୍ବରରେ ପୀଡ଼ିତ ରହିଥିଲା । ତା'ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବା ପରେ ତାକୁ ଧାରୱାଦ କୃଷି ବିଶ୍ବବିଦ୍ୟାଳୟର ପଶୁ ଚିକିତ୍ସାଳୟ (Veterinary hospital of Dharwad Agriculture University)ରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଦୀର୍ଘ ୩ ଦିନ ଧରି ଜୀବନ ସହ ସଂଗ୍ରାମ କରୁଥିବା ବେଳେ ତାକୁ ରକ୍ତର ଆବଶ୍ୟକତା ରହିଥିଲା ।
ଏହା ବି ପଢନ୍ତୁ- Amarinder Singh joins BJP: ପଦ୍ମ ଧରିଲେ କ୍ୟାପଟେନ, BJP ରେ ବିଲୟ ହେଲା PLC
ତେବେ ଏହି ଘଟଣା ଜାଣିବା ପରେ ଜର୍ମାନ ଶିଫର୍ଡ (German Shepherd) ପ୍ରଜାତିର କୁକୁର ଚାର୍ଲିର ମାଲିକ ସୋମଶେଖର ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ଡାକ୍ତର ମାନେ ମଧ୍ୟ ମାୟାର ଜୀବନ ବଞ୍ଚାଇବା ଲାଗି ରକ୍ତ ଦେବା ପାଇଁ ଅନୁରୋଧ କରିବା ପରେ ସୋମଶେଖର ଚାର୍ଲିକୁ ରକ୍ତ ଦେବା ପାଇଁ ପ୍ରସ୍ତୁତ କରାଇଥିଲେ ।
ଚାର୍ଲି ପ୍ରାୟ ୧ ୟୁନିଟ ରକ୍ତ ଦାନ କରିଥିବା ଜଣାପଡ଼ିଛି । ଯଦି ଆହୁରି ରକ୍ତର ଆବଶ୍ୟକତା ରହିଛି ତେବେ ଚାର୍ଲି ଦାନ କରିବାକୁ ପ୍ରସ୍ତୁତ ଥିବା ଚାର୍ଲିର ମାଲିକ କହିଛନ୍ତି । ଚାର୍ଲି ରକ୍ତ ଦାନ ପରେ ଏବେ ମାୟାର ସ୍ବାସ୍ଥ୍ୟବସ୍ଥା ସୁଧୁରୁଥିବା ଡାକ୍ତର କହିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେ ପଶୁ ହେଉ କି ମନୁଷ୍ୟ । ମଣିଷ ଯେପରି ରକ୍ତଦାନ କରି ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇଥାଏ ସେହିଭଳି ପଶୁଙ୍କ କ୍ଷେତ୍ରରେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଏଭଳି ବିରଳ ଘଟଣା ମଣିଷଙ୍କ ରକ୍ତ ଦାନ କରିବା ଲାଗି ଉତ୍ସାହିତ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ