ETV Bharat / bharat

ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କୁ ଭେଟିବେ ପ୍ରଥମ ବିଦେଶୀ ଅତିଥି, 4ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି - ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ

ଆସନ୍ତାମାସ ପ୍ରଥମ ସପ୍ତାହରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କରିବେ ସାକ୍ଷାତ । ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ନେଇ ସୂଚନା । ଅଧିକ ପଢନ୍ତୁ

4 ଦିନିଆ ଭାରତ ଗସ୍ତରେ ଆସିବେ ମାଳଦ୍ବୀପ ରାଷ୍ଟ୍ରପତି

author img

By

Published : Jul 28, 2022, 7:58 PM IST

ନୂଆଦିଲ୍ଲୀ: ଆସନ୍ତାମାସ ପ୍ରଥମ ସପ୍ତାହରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି । ଅଗଷ୍ଟ 1 ରୁ 4 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଥିବା ସୋଲି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ରାଷ୍ଟ୍ରପତି ସୋଲି ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଦୁଇ ଦେଶରେ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମ ବିଦେଶୀ ଅତିଥି ଭାବେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ହେବ ସାକ୍ଷାତକାର ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଳଦ୍ବୀପ ରାଷ୍ଟ୍ରପତି, ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ମଧ୍ୟ ଆଲୋଚନା କରିବେ । ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ଏକ ଉଚ୍ଚସ୍ତରୀୟ ଅଧିକାରୀ ଟିମ ମଧ୍ୟ ନୂଆଦିଲ୍ଲୀ ଆସୁଛନ୍ତି । ଦୁଇ ଦେଶ ମଧ୍ୟରେ ଜାରି ରହିଆସିଥିବା ସହଭାଗିତା ଓ ସମ୍ପର୍କ ସୁଦୃଢୀକରଣ ଦିଗରେ ଏକାଧିକ ଆଲୋଚନାମୂଳକ କାର୍ଯ୍ୟକ୍ରମ ମଧ୍ୟ ହେବ ।

କେବଳ ରାଜନୈତିକ ଆଲୋଚନା ନୁହେଁ ବରଂ ମୁମ୍ବାଇରେ ଭାରତୀୟ ଶିଳ୍ପପତିଙ୍କ ସହ ମଧ୍ୟ ଅତିଥି ରାଷ୍ଟ୍ରପତିଙ୍କର ଏକ ଆଲୋଚନା ନେଇ କାର୍ଯ୍ୟକ୍ରମ ରଖାଯାଇଛି । ସେ ଏଥିରେ ମାଳଦ୍ବୀପରେ ଭାରତୀୟ ଶିଳ୍ପପତିଙ୍କୁ ନିବେଶ କରିବା ପାଇଁ ନିମନ୍ତ୍ରଣ କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.