ETV Bharat / bharat

ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ

author img

By ETV Bharat Odisha Team

Published : Jan 7, 2024, 4:46 PM IST

Updated : Jan 9, 2024, 11:39 AM IST

Lakshadweep controversy: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଏକଧିକ ମାଳଦ୍ବୀପ ମନ୍ତ୍ରୀଙ୍କ ଟାର୍ଗେଟ । ମନ୍ତବ୍ୟକୁ ନାପସନ୍ଦ କଲେ ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ମାଳଦ୍ବୀପ ମନ୍ତ୍ରୀଙ୍କ ଟାର୍ଗେଟ

ହାଇଦ୍ରାବାଦ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲାକ୍ଷାଦ୍ବୀପ ଗସ୍ତକୁ ନେଇ ପର୍ଯ୍ୟଟନ ଶିଳ୍ପ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପ ବିବ୍ରତ ହୋଇପଡିଛି । ମାଳଦ୍ବୀପର ଏକାଧିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି । ମାଳଦ୍ୱୀପରେ ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟମ ଶିଉନା ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଯାହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି । ସେହିପରି ଅନ୍ୟଜଣେ ମନ୍ତ୍ରୀ ଅବଦୁଲ୍ଲା ମହଜୁମ ମଜିଦ ମଧ୍ଯ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ପକୁ ଟାର୍ଗେଟ କରିବା ପାଇଁ ନୂଆଦିଲ୍ଲୀର ଉଦ୍ଦେଶ୍ୟ ବୋଲି କହିଛନ୍ତି । ହେଲେ ସାମୁଦ୍ରିକ ଓ ବେଳାଭୂମି ପର୍ଯ୍ୟଟନରେ ମାଳଦ୍ବୀପ ସହ ପ୍ରତିଦ୍ବନ୍ଦ୍ବିତା କରିବା ଭାରତ ପାଇଁ ସହଜ ହେବନି । ଭାରତ ଏକାଧିକ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ମନ୍ତ୍ରୀ ମଜିଦ ନିଜ ଟ୍ବିଟରେ ଲେଖିଛନ୍ତି ।

  • Indian celebrities, including Akshay Kumar, John Abraham and Sachin Tendulkar, appeal to people to explore Indian islands like Lakshwadeep and Sindhudurg.

    Akshay Kumar tweets, "Came across comments from prominent public figures from Maldives passing hateful and racist comments… pic.twitter.com/yRgEwQwcVo

    — ANI (@ANI) January 7, 2024 " class="align-text-top noRightClick twitterSection" data=" ">

ହେଲେ ଏହାକୁ ନେଇ ଦେଶ ଭିତରେ ମଧ୍ୟ ଏମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଭାରତ ବିରୋଧୀ ମନ୍ତବ୍ୟକୁ ପୂର୍ବତନ ତଥା ମାଳଦ୍ବୀପର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନସିଦ ନିନ୍ଦା କରିଛନ୍ତି । ସେ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଏହି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ମଧ୍ୟ କହିଛନ୍ତି । ତାଙ୍କ ମନ୍ତ୍ରୀମାନେ ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ସେମାନଙ୍କ ବ୍ୟକ୍ତିଗତ ଟିପ୍ପଣୀ, ଏହା ମାଳଦ୍ବୀପର ବିଦେଶ ଆଭିମୁଖ୍ୟକୁ ପ୍ରତିଫଳନ କରେନାହିଁ ବୋଲି ରାଷ୍ଟ୍ରପତି ମୁଇଜୁ ସ୍ପଷ୍ଟ କରନ୍ତୁ ବୋଲି ନାସିଦ କହିଛନ୍ତି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରି ସେଠାକାର ରୋମାଞ୍ଚକର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଥିଲା । ସେଠାରେ ସେ ବେଳାଭୂମିରେ ବିଶ୍ରାମ କରିବା ସହ ଆରବ ସାଗରରେ ସ୍କୁବା-ଡାଇଭିଂ ମଧ୍ୟ କରିଥିଲେ । ଲାକ୍ଷାଦ୍ବୀପର କିଛି ଏରିଆଲ ଭ୍ୟୁ-ସଟ ସେୟାର କରିବା ସହ ଉତ୍ତମ ଅତିଥ୍ୟତା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ । ତେବେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ପ୍ରଭାବ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପରେ ମାଳଦ୍ବୀପରେ ଆଶଙ୍କା ପ୍ରକାଶ ପାଇଛି । ସାରା ଦେଶରେ ଓ ବିଶ୍ବରେ ଏବେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଲାକ୍ଷାଦ୍ବୀପ ଗସ୍ତ ମାଳଦ୍ବୀପ ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିବ ବୋଲି ମାଳଦ୍ବୀପରେ ସନ୍ଦେହ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- 'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା

ତେବେ ଏହି ବିବାଦର ଅନ୍ୟ ଏକ ରାଜନୈତିକ କାରଣ ମଧ୍ୟ ରହିଛି । ମାଳଦ୍ବୀପରେ ଏବେ ନୂତନ ଭାବେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ ଅନୁଗାମୀ ନେତା ଭାବେ ପରିଚିତ । କ୍ଷମତାକୁ ଆସିବା ପରେ ସେ ଚୀନ ପ୍ରଭାବରେ ଭାରତ ସହ ସମ୍ପର୍କକୁ ଜଟିଳ କରିବାରେ ଲାଗିଛନ୍ତି । ପୂର୍ବରୁ ମାଳଦ୍ବୀପ ବିଦେଶ ନୀତିରେ ଭାରତ ପ୍ରଥମ ଆଭିମୁଖ୍ୟରେ ବିଶ୍ବାସ କରୁଥିଲା । ହେଲେ ମୁଇଜୁ ନିର୍ବାଚିତ ହେବା ପରେ ସେଠାରେ ଦୀର୍ଘ ବର୍ଷରୁ ନିୟୋଜିତ ଥିବା ଭାରତୀୟ ସଶସ୍ତ୍ର ବଳକୁ ଅପସାରଣ କରିବା ପାଇଁ ମାଳଦ୍ବୀପ ଇଚ୍ଛା ପ୍ରକାଶ କରିଛି । ଏହା ବେଜିଂର ପ୍ରରୋଚନାରେ ହେଉଥିବା ସନ୍ଦେହ କରାଯାଉଛି । ଏହାରି ମଧ୍ୟରେ ସୋମବାର ରାଷ୍ଟ୍ରପତି ମୁଇଜୁ ଚୀନ ଗସ୍ତ କରିବାକୁ ଯାଉଛନ୍ତି । ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ତାଙ୍କୁ ନିମନ୍ତ୍ରଣ କରିଥିବା ମାଳଦ୍ବୀପ ସରକାର କହୁଛନ୍ତି । ତେବେ ଦ୍ବୀପପୂଞ୍ଜ ରାଷ୍ଟ୍ର ମାଳଦ୍ବୀପର ଅର୍ଥନୀତି କେବଳ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ବୀପ ଗସ୍ତ ଏବେ ମାଳଦ୍ବୀପକୁ ଆଶଙ୍କିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.