ETV Bharat / bharat

ଭୂସ୍ଖଳନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ, ଯାତାୟତ ଠପ

author img

By

Published : Feb 1, 2023, 10:20 PM IST

ଭୂସ୍ଖଳନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ । ଚାଲିଛି ରାସ୍ତା ସଫା କାମ । ଅଧିକ ପଢନ୍ତୁ

ଭୂସ୍ଖଳନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ହାଇଦ୍ରାବାଦ: କାଶ୍ମୀରରେ ଭୂସ୍ଖଳନ ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ରାମବାନ ଜିଲ୍ଲାର ରାମପାଦୀ ଅଞ୍ଚଳରେ ଗତରାତିରେ ଭୂସ୍ଖଳନ ହେବା କାରଣରୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଆଜି (ବୁଧବାର) ରାସ୍ତା ଅବରୋଧ ହୋଇରହିଛି । ଏହି ରାଜପଥ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଏକମାତ୍ର ମୁଖ୍ୟ ଯୋଗାଯୋଗର ମାଧ୍ୟମ ହୋଇଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି ।

ଜାତୀୟ ରାଜପଥ-44 ରେ ବାନିହାଲର ରାମପାଦି ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଥିବା ରାମବାନ୍ ଡେପୁଟି କମିଶନର ମୁସରାତ ଇସଲାମ ଏକ ଟୁଇଟ୍‌ରେ ସୂଚନା ଦେଇଛନ୍ତି । ସକାଳୁ ରାସ୍ତା ଅବରୋଧ ହଟାଇବା ପାଇଁ ପ୍ରୟାସ ଜାରି ରହିଛି । ରାସ୍ତା ଉପରୁ ପଥର ଓ ମାଟି ଅତଡା ସଫା କରିବାରେ ଲାଗିଛନ୍ତି ସ୍ଥାନୀୟ ପ୍ରଶାସନର ଟିମ । ବର୍ତ୍ତମାନ ରାସ୍ତା ସଫା କାର୍ଯ୍ୟ ଜାରି ରହିଥିବା ବେଳେ ରାସ୍ତା ଖୁବ ଶୀଘ୍ର ଶେଷ ହେବା ସହ ଯାତାୟତ ସ୍ବାଭାବିକ ହେବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।

ଗତ ଦୁଇ ଦିନ ହେବ (ସୋମବାର) ଠାରୁ କାଶ୍ମୀରର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ତୁଷାରପାତ ହେବା ପରେ ଜାମ୍ମୁ- ଶ୍ରୀନଗର ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ରାମବାନ୍ ଜିଲ୍ଲାର ଚାନ୍ଦକୋଟ ଏବଂ ବାନିହାଲ ମଧ୍ୟରେ ଅନେକ ସ୍ଥାନରେ ପଥର ଓ କାଦୁଅ ଧସି ରାସ୍ତା ଅବରୋଧ ହୋଇଛି । ବର୍ତ୍ତମାନ ସମୟରେ କୌଣସି ଯାତ୍ରୀଙ୍କୁ କିମ୍ବା ପର୍ଯ୍ୟଟକଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିନାହିଁ । ଆଜି କାଶ୍ମୀରର ଗୁଲମର୍ଗରେ ହୋଇଥିବା ହିମସ୍ଖଳନରେ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଖଥିବା ବେଳେ ଏବେ ମଧ୍ୟ କିଛି ନିଖୋଜ ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସେନ ଜାରି ରହିଛି । ଏବେ ମଧ୍ୟ ବରଫ ଅତଡା ତଳେ କିଛି ଫସି ରହିଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.