ETV Bharat / bharat

ଅହମ୍ମଦାବାଦ ଅଗ୍ନିକାଣ୍ଡ: 9 ମୃତ, ଶୋକ ପ୍ରକାଶ କଲେ ମୋଦି - ଅହମଦାବାଦ ଅଗ୍ନିକାଣ୍ଡ

ଗୁଜୁରାଟ ଅହମ୍ମଦାବାଦର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା । ଅଧିକ ପଢନ୍ତୁ...

ଅହମଦାବାଦର ଲୁଗା ଦୋନାନରେ ଭୟାବହ ଅଗ୍ନିକାଣ୍ଡ, 9 ମୃତ

author img

By

Published : Nov 4, 2020, 4:33 PM IST

Updated : Nov 4, 2020, 5:18 PM IST

ଗାନ୍ଧୀନଗର: ଗୁଜୁରାଟ ଅହମ୍ମଦାବାଦର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ଲୁଗା ଦୋକାନରେ ହୋଇଥିବା ବିସ୍ପୋରଣ ଯୋଗୁଁ ଏହାର ଛାତ ଭୁଷୁଡି ପଡିଛି । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା । ଅନ୍ୟପକ୍ଷେ ଭଗ୍ନାବଶେଷ ତଳେ 4 ଜଣ ଚାପି ହୋଇ ରହିଥିବା ଜଣାପଡିଛି।

ଅହମ୍ମଦାବାଦ ଅଗ୍ନିକାଣ୍ଡ: 9 ମୃତ, ଶୋକ ପ୍ରକାଶ କଲେ ମୋଦି

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନାନୁକାକା ଇଷ୍ଟେଟସ୍ଥିତ ଲୁଗା ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି । ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ 9 ଜଣଙ୍କର ଏହି ଅଗ୍ନିକାଣ୍ଡରେ ଜୀବନ ଯାଇଥିବା ସ୍ପଷ୍ଟ କରିଛି ପ୍ରଶାସନ ।

ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଛି । ଲୁଗାଦୋକାନର ଗୋଦାମରେ ବିସ୍ପୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମବାହୀନି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ 6 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସେପଟେ ଅହମ୍ମଦାବାଦ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ସମସ୍ତ ଚିକିତ୍ସା ସୁବିଧା ଅଧିକାରୀମାନେ ଯୋଗାଇ ଦେଉଥିବା ସେ ସୂଚନା ଦେଉଛନ୍ତି ।

Last Updated : Nov 4, 2020, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.