ETV Bharat / bharat

Snatcher Killed In Encounter: ଏନକାଉଣ୍ଟରରେ ମୋବାଇଲ ଲୁଟେରା ମୃତ, ଲୁଟ ବେଳେ ଅଟୋରୁ ପଡି ଯାଇଥିଲା ଛାତ୍ରୀଙ୍କ ଜୀବନ

ଗାଜିଆବାଦରେ ଏନକାଉଣ୍ଟରରେ ମୋବାଇଲ ଲୁଟେରା ମୃତ । 27 ତାରିଖରେ ଲୁଟ ବେଳେ ଚଳନ୍ତା ଅଟୋରୁ ପଡି ଛାତ୍ରୀଙ୍କ ଯାଇଥିଲା ଜୀବନ । ଅଧିକ ପଢନ୍ତୁ

Ghaziabad: ଏନକାଉଣ୍ଟରରେ ମୋବାଇଲ ଲୁଟେରା ମୃତ, ଲୁଟ ବେଳେ ଅଟୋରୁ ପଡି ଯାଇଥିବା ଛାତ୍ରୀଙ୍କ ଜୀବନ

author img

By ETV Bharat Odisha Team

Published : Oct 30, 2023, 9:27 PM IST

ନୂଆଦିଲ୍ଲୀ/ଗାଜିଆବାଦ: ଗାଜିଆବାଦରେ ଚଳନ୍ତା ଅଟୋରୁ ଛାତ୍ରୀଙ୍କଠୁ ମୋବାଇଲ ଲୁଟିବା ଘଟଣାରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରେ ପ୍ରାଣ ହରାଇଛି । ଗତକାଲି ମଧ୍ୟରାତ୍ରିରେ ମସୁରୀ ଗଙ୍ଗନହର ପଟରୀ ନିକଟରେ ପୋଲିସ ଚେକିଂ ସମୟରେ ଉଭୟ ଅଭିଯୁକ୍ତଙ୍କୁ ରୋକିଥିଲା । ଉଭୟ ପୋଲିସ ଉପରେ ଗୁଳିମାଡ କରି ଖସି ଯିବାକୁ ଚେଷ୍ଟା କରିଥିଲେ । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ପୋଲିସ ମଧ୍ୟ ପାଲଟା ଜବାବରେ ଗୁଳି ଚଳାଇଥିଲା ।

ଏଥିରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗୁଳି ବାଜିଥିଲା । ତାକୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଅଭିଯୁକ୍ତର ନାମ ଜିତେନ୍ଦ୍ର ଓ ସେ ଜଣେ ପେସାଦାର ଅପରାଧୀ ବୋଲି ପୋଲିସ ରେକର୍ଡ ରହିଛି । ପୂର୍ବରୁ ତାର ନାମରେ ଗ୍ୟାଙ୍ଗଷ୍ଟାର ଆକ୍ଟ ସମେତ ପ୍ରାୟ 12ଟି ଲୁଟ ଓ ଡକାୟତି ମାମଲା ରହିଛି । ଫେରାର ଥାଇ ବାରମ୍ବାର ଲୁଟ କରୁଥିବା ଅଭିଯୁକ୍ତ ଜିତେନ୍ଦ୍ର ନାମରେ 25 ହଜାର ଟଙ୍କାର ପୁରସ୍କାର ମଧ୍ୟ ପୋଲିସ ଘୋଷଣା କରିଥିଲା ।

ତେବେ ସୂଚନା ଅନୁସାରେ 27 ତାରିଖ ସଂଧ୍ୟା ପ୍ରାୟ ସାଢେ 4ଟା ବେଳେ ଗାଜିଆବାଦର ଏବି.ଏସ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷର ବି.ଟେକ୍ ଛାତ୍ରୀ କୀର୍ତ୍ତି ଏହି ଦୁଇ ଅଭିଯୁକ୍ତଙ୍କ ଦ୍ବାରା ମୋବାଇଲ ଲୁଟର ଶିକାର ହୋଇଥିଲେ । କୀର୍ତ୍ତି ଓ ତାଙ୍କର ଜଣେ ବନ୍ଧୁ ଅଟୋରେ ଯାଉଥିବା ବେଳେ ଏହି ଦୁଇ ଅଭିଯୁକ୍ତ ତାଙ୍କୁ ମୋଟର ସାଇକେଲରେ ପିଚ୍ଛା କରିବା ସହ ମୋବାଇଲ ଝାମ୍ପିଥିଲେ । କୀର୍ତ୍ତି ଏଥିରେ ବାଧା ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ଚଳନ୍ତା ଅଟୋରୁ ଘୋଷାଡି ତଳେ ପକାଇ ଦେଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଦୁଇ ଅଭିଯୁକ୍ତ ମୋଟର ସାଇକେଲରେ ଫେରାର ହୋଇଯିବାରେ ସଫଳ ହୋଇଥିଲେ । ଗୁରୁତର କୀର୍ତ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଲୁଟ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- Minor Rape Case: ଝାରପଡା ଜେଲ ଗଲେ IAF ଅଧିକାରୀ, JMFC କୋର୍ଟରେ କରିଥିଲେ ଆତ୍ମସମର୍ପଣ

ତେବେ ଗତକାଲି ରାତିରେ ମସୁରୀ ଗଙ୍ଗନହର ପଟରୀ ନିକଟରେ ପୋଲିସ ଚେକିଂ ବେଳେ ଗୁଳିମାଡ କରି ପାଲଟା ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ବେଳେ ତାକୁ ଚିହ୍ନଟ କରାଯାଇ ଗିରଫ କରିବା ପାଇଁ ପ୍ରକ୍ରିୟା ଚାଲିଥିବା ସ୍ଥାନୀୟ ପୋଲିସ କହିଛି । ତେବେ ଏନସିଆର ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ରାଜରାସ୍ତାରେ ଜଣେ ଛାତ୍ରୀ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇବା ଘଟଣା ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.