ETV Bharat / bharat

ସଦାଚାର କମିଟି ରିପୋର୍ଟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ମହୁଆ, ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ହରାଇଛନ୍ତି ସାଂସଦ ପଦ - ସୁପ୍ରିମକୋର୍ଟ ଗଲେ ମହୁଆ ମୋଇତ୍ରା

(Mahua Moitra moves SC challenging her expulsion) କ୍ବାସ ଫର କ୍ବାରୀ ମାମଲାରେ ନିଜ ସଦସ୍ୟତା ରଦ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ମହୁଆ । ଶୁକ୍ରବାର ଗୃହରେ ଭୋଟିଂ ପରେ ବରଖାସ୍ତ ହୋଇଥିଲେ ମହୁଆ । ଅଧିକ ପଢନ୍ତୁ

ସଦସ୍ୟତା ରଦ୍ଦ ବିରୋଧରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ମହୁଆ

author img

By ETV Bharat Odisha Team

Published : Dec 11, 2023, 3:57 PM IST

ନୂଆଦିଲ୍ଲୀ: କ୍ବାସ ଫର କ୍ବାରୀ ମାମଲାରେ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ବିରୋଧରେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ସଂସଦ ସଦାଚାର କମିଟି ତାଙ୍କ କାର୍ଯ୍ୟକଳାପ ଗୃହର ସ୍ବାଧୀକାର ଭଙ୍ଗ କରିଥିବା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୁପାରିଶ ସହ ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା । ଶୁକ୍ରବାର ଗୃହରେ ଏହି ବହୁଷ୍କାର ପ୍ରସ୍ତାବ କେନ୍ଦ୍ର ସଂସଦୟୀ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଗତ କରିଥିଲେ । ବାଚନିକ ଭୋଟ ମାଧ୍ୟମରେ ଏହା ପାରିତ ହେବା ସହ ମହୁଆଙ୍କୁ ସଂସଦ ପଦରୁ ବରଖାସ୍ତ କରାଯାଇଛି । ଏବେ ପୂର୍ବରୁ ଚର୍ଚ୍ଚା ହେବା ପରି ମହୁଆ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛନ୍ତି । ତାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବେଆଇନ ଓ ଏହାକୁ ରଦ୍ଦ କରିବା ପାଇଁ ସେ ଆବେଦନରେ ଦର୍ଶାଇଥିବା ଜଣାପଡିଛି ।

ପଦରୁ ବରଖାସ୍ତ ହେବା ପରେ ସରକାରଙ୍କ ବିରୋଧରେ ବର୍ଷିଥିଲେ ମହୁଆ । ଏହି କାର୍ଯ୍ୟାନୁଷ୍ଠାନ ଏକ କଙ୍ଗାରୁକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବା ସଦୃଶ୍ୟ ବୋଲି ମହୁଆ କହିଥିଲେ । ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ ସଂସଦୀୟ କମିଟିକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ସେ କେବଳ ଗୃହର ଆଚାର ସଂହିତା ଉଲ୍ଲଙ୍ଘନ କରିଥିବା ସଦାଚାର କମିଟି ତଦନ୍ତରେ ଦର୍ଶାଇଥିଲା । ହେଲେ ତାଙ୍କ ବିରୋଧରେ ଆସିଥିବା ଟଙ୍କା ଓ ଉପହାର ସଂଗ୍ରହ କରିଥିବା ଅଭିଯୋଗ ମିଥ୍ୟା ଓ ତାହା ପ୍ରମାଣିତ ହୋଇେପାରିନି । ସେ ଟଙ୍କା କିମ୍ବା ଦାମି ଉପହାର ଗ୍ରହଣ କରିଥିବା ନେଇ କୌଣସି ତଥ୍ୟ ପ୍ରମାଣ କାହା ନିକଟରେ ନାହିଁ । ଏପରି ସ୍ଥଳେ ତାଙ୍କୁ କିପରି ଦଣ୍ଡିତ କରାଗଲା ବୋଲି ମହୁଆ ପ୍ରଶ୍ନ କରିଥିଲେ ।

କ’ଣ କ୍ବାସ ଫାର କ୍ବାରୀ ମାମଲା ? ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ଦୁବେ । ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ତଦନ୍ତ କରିଥିଲା । ଅଭିଯୋକାରୀ ସାଂସଦ ନିଶିକାନ୍ତ ଦୁବେ, ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଆଇନବୀଜୀ ଜୟଅନନ୍ତ ଦେହାଦ୍ରାହୀଙ୍କୁ ଏଥିକ୍ସ କମିଟି ଜେରା ମଧ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- କ୍ୟାସ ଫର କ୍ବାରୀ ମାମଲା, ମହୁଆ ମୋଇତ୍ରା ବହିଷ୍କୃତ

ଯାଞ୍ଚ ପରେ ମହୁଆ ତାଙ୍କ ସଂସଦ ଓ୍ବେବସାଇଟ୍‌ ଲଗ-ଇନ ଡିଟେଲ୍ସ ହୀରାନନ୍ଦାନୀ ଓ ଅନ୍ୟ କିଛି ବ୍ୟକ୍ତିଙ୍କୁ ସେୟାର କରିଥିବା କମିଟି ଜାଣିବାକୁ ପାଇଥିଲା । ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା । ଶୁକ୍ରବାର (8 ତାରିଖ) ରେ ସଂସଦରେ ଏହି ବହିଷ୍କାର ପ୍ରସ୍ତାବ ଆଗତ ହେବା ସହ ବାଚନିକ ଭୋଟିଂ ମାଧ୍ୟମରେ ପାରିତ ହେବା ପରେ ସାଂସଦ ପଦରୁ ମହୁଆ ବରଖାସ୍ତ ହୋଇଛନ୍ତି । ଏବେ ସର୍ବୋଚ୍ଚ କୋର୍ଟରୁ ମହୁଆଙ୍କୁ କଣ ଆଶ୍ବସ୍ତି ମିଳୁଛି ତାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.