ETV Bharat / bharat

ଅକ୍ସିଜେନ ସିଲିଣ୍ତରକୁ ରେଳରେ ପରିବହନ କରିବାକୁ କେନ୍ଦ୍ରକୁ ଟୋପେଙ୍କ ଅନୁରୋଧ

ଅକ୍ସିଜେନ ସିଲିଣ୍ତରକୁ ରେଳରେ ପରିବହନ କରିବାକୁ କେନ୍ଦ୍ରକୁ ଅନୁରୋଧ କଲେ ଟୋପେ । ଏହାଦ୍ବାରା ପରିବହନ ମୂଲ୍ୟ ହ୍ରାସ ହେବ । ଅଧିକ ପଢନ୍ତୁ...

Maharashtra Wants Center To Allow Oxygen Transportation By Railways
ଅକ୍ସିଜେନ ସିଲିଣ୍ତରକୁ ରେଳରେ ପରିବହନ କରିବାକୁ କେନ୍ଦ୍ରକୁ ଅନୁରୋଧ କଲେ ଟୋପେ
author img

By

Published : Apr 18, 2021, 7:52 AM IST

ମୁମ୍ବାଇ: ଅକ୍ସିଜେନ ସିଲିଣ୍ତରକୁ ରେଳରେ ପରିବହନ କରିବାକୁ କେନ୍ଦ୍ରକୁ ଅନୁରୋଧ କଲେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରଜେସ ଟୋପେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ଏକ ଭିଡିଓ କନଫରେସିଂରେ କଥା ହୋଇଛନ୍ତି । ମହାରାଷ୍ଟ୍ର ସରକାର ରେଳରେ ତରଳ ଅମ୍ଳଜାନ ପରିବହନକୁ ଅନୁମତି ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଯାହା ଦ୍ବାରା ପରିବହନ ମୂଲ୍ୟ ହ୍ରାସ ହେବ । ରେଳବାଇକୁ କେନ୍ଦ୍ର ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ଉଚିତ ବୋଲି ଟୋପ କହିଛନ୍ତି । ଅନେକ ସ୍ଥାନରୁ ଅକ୍ସିଜେନ ଅଭାବ ଦେଖାଦେଇଛି । ମହାମାରୀ କାଳରେ ଏହା ଉଦବେଗ ଜନକ ସ୍ଥିତି ସୃଷ୍ଟି କରିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ଘୋଷଣା କରିଛି ଯେ, ଏହା ସମଗ୍ର ଦେଶରେ 113 ଟି ଅକ୍ସିଜେନ ପ୍ଲାଣ୍ଟ ରୋପଣ କରିବ । ଯାହା ବାୟୁରୁ ଅକ୍ସିଜେନ ବାହାର କରିପାରିବ । ମହାରାଷ୍ଟ୍ର ସରକାର ସର୍ବାଧିକ ସଂଖ୍ୟକ ଅକ୍ସିଜେନ ପ୍ଲାଣ୍ଟ ପାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ବାହାର କରାଯାଇଥିବା ଅକ୍ସିଜେନ ଶୁଦ୍ଧ ହେବା ପରେ ଔଷଧୀୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.