ETV Bharat / bharat

ମହାରାଷ୍ଟ୍ରକୁ 1.5 କୋଟି କୋଭିସିଲ୍ଡ ଟିକା ଯୋଗାଇବ ସେରମ

ମେ 20 ପରେ ମହାରାଷ୍ଟ୍ରକୁ 1.5କୋଟି କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ଉଦ୍ଧବ ଠାକରେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା । ଅଧିକ ପଢନ୍ତୁ...

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦ୍ରା ପୁନାୱାଲା

author img

By

Published : May 13, 2021, 1:37 PM IST

ମୁମ୍ବାଇ: ମହାରାଷ୍ଟ୍ରକୁ ମିଳିବ 1.5କୋଟି କୋଭିସିଲ୍ଡ ଟିକା । ମେ 20 ପରେ ମହାରାଷ୍ଟ୍ରକୁ 1.5କୋଟି କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ଉଦ୍ଧବ ଠାକରେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ।

ବୁଧବାର କୋଭିଡ ପରିଚାଳନା ନେଇ ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟର ଏକ ବୈଠକ ବସିଥିଲା । ଗଣମାଧ୍ୟମକୁ ସୂଚନା ଦେଇ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଆମକୁ ମେ 20 ପରେ 1.5କୋଟି କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ପ୍ରତିଶ୍ରୁତି ଦେଇଛନ୍ତି । ଟିକା ପାଇବା ପରେ ଆମେ 18ରୁ-44 ବର୍ଷ ବୟସ ଶ୍ରେଣୀ ପାଇଁ ଟୀକାକରଣ ଆରମ୍ଭ କରିବୁ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ମହାରାଷ୍ଟ୍ରରେ ଟିକା ଅଭାବରୁ ବର୍ତ୍ତମାନ ଅସ୍ଥାୟୀ ଭାବରେ 18-44 ବର୍ଷ ସମସ୍ତଙ୍କୁ ଟୀକାକରଣ ବନ୍ଦ ରହିଛି । ଟିକା ଆସିବା ପରେ ଟୀକାକରଣ ପୁନଃ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । କେନ୍ଦ୍ର ସରକାରଙ୍କଠାରୁ ଟିକା ଆସିବା ପରେ ଟୀକାକରଣ ସ୍ବାଭାବିକ ହେବ ବୋଲି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି । ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ 1ତାରିଖ ଯାଏଁ ଲକଡାଉନର ସମୟସୀମା ଅବଧିକୁ ବଢାଇ ଦିଆଯାଇଛି । 24ଘଣ୍ଟାରେ ମହାରାଷ୍ଟ୍ରରେ 46,781ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ 816 ଜଣଙ୍କ ଜୀବନ ନେଇଛି କୋରୋନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.