ମୁମ୍ବାଇ: ନାବାଳିକା ପ୍ରେମିକାକୁ ଅପହରଣ ପରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ନାବାଳକ ପ୍ରେମିକକୁ ପଡିଲା ମହଙ୍ଗା । ଶେଷରେ ବନ୍ଧା ହେଲା ନାବାଳକ ପ୍ରେମିକ ।
ମିଳିଥିବା ସୂଚନାଅନୁଯାୟୀ ମହାରାଷ୍ଟ୍ରର ନାଗପୁରରେ ଜଣେ 17 ବର୍ଷର ନାବାଳିକାକୁ 19 ବର୍ଷର ନାବାଳକ ଅପହରଣ କରିବା ପରେ, ଏହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲା । ଏନେଇ ଅଭିଯୋଗ ହେବା ପରେ ନାବାଳକ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ତାଙ୍କୁ ସାହାଯ୍ୟ କରିଥିବା ଜଣେ ବନ୍ଧୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ଝିଅ ଓ ପୁଅ 2019ରୁ ପରସ୍ପରକୁ ଜାଣିଥିଲେ । ଅଭିଯୁକ୍ତ ନାବାଳକ ବିବାହ କରିବାକୁ ନାବାଳିକାକୁ ପ୍ରତିଶୃତି ଦେଇଥିଲା ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ନାବାଳିକାର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହ କରିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଲା ।
ଜୁନ୍ 18ରେ ନାଗପୁରର କମଲ ଚୋକ ଅଞ୍ଚଳରେ ନାବାଳିକାକୁ କେହି ଜଣେ ବନ୍ଧୁକ ଦେଖାଇ ବାଇକରେ ବସିବାକୁ ବାଧ୍ୟ କରିଥିଲା । ତେବେ ନାବାଳକ ଜଣଙ୍କ ଏହି ଅପହରଣ ସମୟର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲା । ଏବଂ ନାବାଳିକା ଜଣଙ୍କୁ ହତ୍ୟା ଉଦ୍ୟମ କରୁଥିବା ମଧ୍ୟ କହିଛନ୍ତି କ୍ରାଇମ ବ୍ରାଞ୍ଚ ଆକ୍ସନ ଅଧିକାରୀ । ସେ କହିଛନ୍ତି ଯେ କିଛି ସ୍ଥାନୀୟ ଲୋକ ଟ୍ବିଟର ମାଧ୍ୟମରେ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତ ଏବଂ ତାଙ୍କ ବନ୍ଧୁଙ୍କୁ ଗିରଫ କରିଥିଲେ।
(PTI)