ETV Bharat / bharat

ଆଜବେଷ୍ଟ ଘର ଉପରେ ପଡିଗଲା ପୁରୁଣା ଗଛ, ୭ ମୃତ ୩୦ରୁ ଅଧିକ ଆହତ - ଏକତ୍ରିତ ହୋଇଥିଲା ବେଳେ ଘଟିଲା ଅଘଟଣ

ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଏକତ୍ରିତ ହୋଇଥିଲା ବେଳେ ଘଟିଲା ଅଘଟଣ । ଆଜବେଷ୍ଚ ଉପରେ ଗଛ ପଡି ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

old tree falls on tin shed in Akola
old tree falls on tin shed in Akola
author img

By

Published : Apr 10, 2023, 8:06 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଅଘଟଣ । ମହାରାଷ୍ଟ୍ରର ଅକୋଲାକ ରାକାସରେ ଏକ ଆଜବେଷ୍ଟ ଘର ଉପରେ ପୁରୁଣା ଗଛ ପଡିଯିବାରୁ ଅତି କମରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ରବିବାର ଦିନ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏନେଇ ଅକୋଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

  • अकोला जिल्ह्यातील पारस येथे एका धार्मिक समारंभासाठी काही लोक एकत्र आले असता, टिनाच्या शेडवर झाड कोसळून झालेल्या दुर्घटनेत काही भाविकांचा मृत्यू झाल्याचे वृत्त वेदनादायी आहे.
    मी त्यांना विनम्र श्रद्धांजली अर्पण करतो.
    जिल्हाधिकारी आणि पोलिस अधीक्षक यांनी तातडीने घटनास्थळी भेट दिली…

    — Devendra Fadnavis (@Dev_Fadnavis) April 9, 2023 " class="align-text-top noRightClick twitterSection" data=" ">

ସେ କହିଛନ୍ତି, "ରବିବାର ଯେତେବେଳେ ବହୁ ପୁରୁଣା ଗଛଟି ଉପୁଡି ପଡିଥିଲା ସେହି ସମୟରେ ୪୦ ଜଣ ଲୋକ ଉପସ୍ଥିତ ଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩୬ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଅନ୍ୟଜଣଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।"

ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଃଖ ପ୍ରକାଶ କରିଛନ୍ତି । ଅକେଲା ଜିଲ୍ଲାର ପାରସରେ ଏକ ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ସେ କହିଛନ୍ତି ।ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟ୍ବିଟ କରି କହିଛନ୍ତି, "ଏକ ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ୪୦ଜଣ ଯାତ୍ରୀ ଏକାଠି ହୋଇଥିବା ବେଳେ ଗଛଟି ପଡିଯାଇଥିଲା । ଫଳରେ ଏଭଳି ଅଘଟଣ ଘଟିଯାଇଛି । ୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ମୁଁ ସେମାନଙ୍କର ଅନ୍ତର ଆତ୍ମାର ଶାନ୍ତି କାମନା କରୁଛି । "

ଏହା ମଧ୍ୟ ପଢନ୍ତୁ: Howrah Violation: ଘଟଣାସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଲା ପୋଲିସ

ସେ ଆହୁରି ମଧ୍ୟ କହିଛନ୍ତି,"ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଉ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆହତ ହୋଇଥିବା ଲୋକଙ୍କୁ ବାଲାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । କେତେ ଟଙ୍କା ସହାୟତା ପ୍ରଦାନ କରାଯିବ ସେ ନେଇ କୌଣସି ସୂଚନା ମିଳି ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.