ମୁମ୍ବାଇ: ମହାରାଷ୍ଟ୍ର ଉପରେ ଦାଉ ସାଧୁଛି ମହାମାରୀ କୋରୋନା । କ୍ରମାଗତ ବଢିଚାଲିଛି ସଂକ୍ରମଣ । ଗତ 24 ଘଣ୍ଟାରେ 63,309 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମହାମାରୀ ଯୋଗୁଁ ମହାରାଷ୍ଟ୍ରରେ ଭାଙ୍ଗିଛି ମୃତ୍ୟୁର ସମସ୍ତ ରେକର୍ଡ । ଗତ 24 ଘଣ୍ଟାରେ 985 ମୁଣ୍ଡ ନେଇଛି କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ମୃତ୍ୟୁ ।
ସେପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ 15 ଦିନ ଲକଡାଉନ ବଢାଇ ଦିଆଯାଇଛି । ଟିକାକରଣକୁ ନେଇ ମଧ୍ୟ ମହାରାଷ୍ଟ୍ରରେ ଦେଖାଦେଇଛି ସମସ୍ୟା । ରାଜ୍ୟରେ ଏବେ ଟିକା ଅଭାବ ରହିଛି । ମେ 20 ପୂର୍ବରୁ ରାଜ୍ୟରେ ଟିକା ଉପଲବ୍ଧ ହୋଇପାରିବ ନାହିଁ ବୋଲି କହି ସାରିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ।