ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି ମହାମାରୀ । କ୍ରମାଗତ ଚିନ୍ତା ବଢାଇଲାଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି । ଆଜି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ 4 ହଜାର ନିକଟତର ହୋଇଛି । ଆଜି ରାଜ୍ୟରେ 3,883 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
-
Maharashtra reports 3,883 fresh COVID-19 cases and two deaths today; Active cases at 22,828 pic.twitter.com/Mkzcqp6lFi
— ANI (@ANI) June 18, 2022 " class="align-text-top noRightClick twitterSection" data="
">Maharashtra reports 3,883 fresh COVID-19 cases and two deaths today; Active cases at 22,828 pic.twitter.com/Mkzcqp6lFi
— ANI (@ANI) June 18, 2022Maharashtra reports 3,883 fresh COVID-19 cases and two deaths today; Active cases at 22,828 pic.twitter.com/Mkzcqp6lFi
— ANI (@ANI) June 18, 2022
ଆଜିର ସଂଖ୍ୟାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 22,828ରେ ପହଞ୍ଚିଛି । ବଢୁଥିବା ସଂକ୍ରମଣ ପୁଣି ଚିନ୍ତା ବଢାଇଲାଣି । କିଛି ଦିନ ତଳେ କୋଭିଡ କଟକଣା ହଟିଥିବା ବେଳେ ସର୍ବସାଧାରଣ ସ୍ଥାନରେ ପୁଣି କୋଭିଡ କଟକଣା ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ସାର୍ବଜନୀନ ସ୍ଥାନରେ ଫେସମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ