ETV Bharat / bharat

Maharashtra Political Crisis: ଗୌହାଟୀରେ ବିଦ୍ରୋହୀ ବିଧାୟକ - ମହାରାଷ୍ଟ୍ର ଖବର

ମହାରାଷ୍ଟ୍ର ରାଜନୈତିକ ସଙ୍କଟ । ଝୁଲୁଛି ଉଦ୍ଧବ ସରକାରଙ୍କ ଭାଗ୍ୟ । ଗୌହାଟୀରେ ପହଞ୍ଚିଲେ ବିଦ୍ରୋହୀ ବିଧାୟକ, ସୁରଟରୁ ବିଦ୍ରୋହୀ ବିଧାୟକଙ୍କୁ ଧରି ପହଞ୍ଚିଲେ ଶିବସେନା ନେତା ଏକନାଥ । ଅଧିକ ପଢନ୍ତୁ

Maharashtra Political Crisis
Maharashtra Political Crisis
author img

By

Published : Jun 22, 2022, 8:24 AM IST

ଗୌହାଟୀ: ମହାରାଷ୍ଟ୍ରରେ ଶାସନ ଦଳ ଶିବସେନାରେ ବିଦ୍ରୋହ ଆରମ୍ଭ ହୋଇଛି । ମହାରାଷ୍ଟ୍ର ଦେଖା ଦେଇଛି ରାଜନୈତିକ ସଙ୍କଟ । ଝୁଲୁଛି ଉଦ୍ଧବ ସରକାରଙ୍କ ଭାଗ୍ୟ । ଶିବସେନା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ବରେ ବିଧାୟକ ଦଳ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । ଏନେଇ ଆଜି ସୁରଟରୁ ଗୌହାଟୀରେ ପହଞ୍ଚିଛନ୍ତି ବିଦ୍ରୋହୀ ବିଧାୟକ । ସୁରତରୁ 40 ବିଧାୟକଙ୍କୁ ଧରି ଗୌହାଟୀରେ ପହଞ୍ଚିଛନ୍ତି ଶିବସେନା ନେତା ଏକନାଥ ।

ଗୌହାଟୀରେ ପହଞ୍ଚିବା ପୂର୍ବରୁ ସୁରଟ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିବସେନା ନେତା ଏକନାଥ କହିଛନ୍ତି ଏଠାରେ 40 ବିଧାୟକ ଉପସ୍ଥିତ ଅଛନ୍ତି । ଆମେ ସମସ୍ତେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ବ ଓ ତାଙ୍କ ଭୂମିକାକୁ ଆଗକୁ ନେବାକୁ ଚାହୁଁଛୁ । ଗତକାଲି ( ମଙ୍ଗଳବାର) ବିଧାନ ପରିଷଦ ନିର୍ବାଚନ କ୍ରସ ଭୋଟିଂ ପରେ ହଠାତ୍ ବିଧାୟକ କେଉଁଆଡେ ଚାଲିଯାଇଥିଲେ । ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ପରେ ଜଣା ପଡିଥିଲା ଯେ ସେମାନେ ସୁରଟର ଏକ ପଞ୍ଚତାରକା ହୋଟେଲରେ ରହିଛନ୍ତି । ସୂଚନାଅନୁସାରେ, ବାଲାସାହେବ ଠାକରେ ଯିଏକି 1966 ଜୁନ19ରେ ଶିବସେନା ଦଳ ପ୍ରତିଷ୍ଠା କରିଥିଲେ । 2021 ନଭେମ୍ବର 17ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଶିବସେନା ବିଧାୟକଙ୍କୁ ବିଜେପି ବିଧାୟକ ସୁଶାନ୍ତ ବୋରଗୋହିନ ଓ ବିଜେପି ସାଂସଦ ପଲ୍ଲବ ଲୋଚର ଦାସ ଗୌହାଟୀ ବିମାନବନ୍ଦରରେ ସ୍ବାଗତ କରିଥିଲେ । ଏ ନେଇ ବିଜେପି ବିଧାୟକ ସୁଶାନ୍ତ ବୋରଗୋହି କହିଛନ୍ତି ମୁଁ ଜାଣିନାହିଁ ସେମାନେ କେତେ ଜଣ ବିଧାୟକ ଅଛନ୍ତି । ମୁଁ ସେମାନଙ୍କୁ ସ୍ବାଗତ କରିବାକୁ ଆସିଛି । ମୋର ବ୍ୟକ୍ତିଗତ ସମ୍ପର୍କ ପାଇଁ ଏଠାକୁ ଆସିଥିବା କହିଛନ୍ତି ବୋରଗୋହିନ ।

ଏହା ବି ପଢନ୍ତୁ...ଝୁଲୁଛି ଉଦ୍ଧବ ସରକାରଙ୍କ ଭାଗ୍ୟ, ଆଜି କ୍ୟାବିନେଟ ବୈଠକ

ଶିବସେନାରେ ବିଦ୍ରୋହ ପରେ ଉଦ୍ଧବଙ୍କ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ବିଦ୍ରୋହୀ ବିଧାୟକଙ୍କୁ ମନାଇ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ଆଜି ଗୌହାଟୀରେ ପହଞ୍ଚିଛନ୍ତି ବିଦ୍ରୋହୀ ବିଧାୟକ । ସୁରଟରୁ ବିଦ୍ରୋହୀ ବିଧାୟକଙ୍କୁ ଧରି ପହଞ୍ଚିଛନ୍ତି ଶିବସେନା ନେତା ଏକନାଥ । ଅପରେସନ କମଲ ସଫଳ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.