ETV Bharat / bharat

ମହାରାଷ୍ଟ୍ର ମନ୍ତ୍ରୀଙ୍କ ବୟାନ; ମାଛ ଖାଇଲେ ଐଶ୍ବର୍ଯ୍ୟାଙ୍କ ଭଳି ସୁନ୍ଦର ଆଖି ହୋଇଥାଏ

author img

By

Published : Aug 22, 2023, 7:51 AM IST

ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ମାଛ ଖାଇଲେ ଐଶ୍ବର୍ଯ୍ୟା ରାୟ ଭଳି ସୁନ୍ଦର ଆଖି ହୋଇଥାଏ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ
ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ: ମହାରାଷ୍ଟ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ କୁମାର ଗାଭିତଙ୍କ ଏକ ବୟାନ ଏବେ ଖୁବ୍ ବିବାଦରେ ରହିଛି । ମନ୍ତ୍ରୀ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଉପରେ ବୟାନ ଦେଇ ବିବାଦକୁ ଆସିଛନ୍ତି । ନନ୍ଦୁବାର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ପ୍ରତିଦିନ ମାଛ ଖାଆନ୍ତି, ସେମାନଙ୍କ ଆଖି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଭଳି ସୁନ୍ଦର ହୋଇଥାଏ । ନିୟମିତ ମାଛ ଖାଇଲେ ଚର୍ମ ଭଲ ରହିଥାଏ ଓ ଆଖି ଚମକି ଥାଏ । ଫଳରେ କେହି ଆପଣଙ୍କୁ ଦେଖିଲେ ଆକର୍ଷିତ ହୋଇଯାଇଥାଏ ।"

୬୮ ବର୍ଷୀୟ ମହାରାଷ୍ଟ୍ର ମନ୍ତ୍ରୀ ଗାଭିତ କହିଛନ୍ତି, "ଆପଣମାନେ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଦେଖିଛନ୍ତି ? ଐଶ୍ବର୍ଯ୍ୟା ମାଙ୍ଗାଲୁରୁରେ ସମୁଦ୍ର କୂଳରେ ରହୁଥିଲେ । ସେ ପ୍ରତିଦିନ ମାଛ ଖାଆନ୍ତି । ସେଥିପାଇଁ ତାଙ୍କ ଆଖି ଏତେ ସୁନ୍ଦର ଓ ଚମକଦାର ଅଟେ । ଆପଣ ମଧ୍ୟ ମାଛ ଖାଇଲେ ଅଭିନେତ୍ରୀଙ୍କ ଭଳି ଆକର୍ଷଣୀୟ ଆଖି ପାଇବେ । ମାଛରେ ତୈଳ ରହିଥାଏ । ଏହା ଚର୍ମକୁ କୋମଳ କରିଥାଏ । ମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ସୃଷ୍ଟି କରଛି ।"

ଏହା ମଧ୍ୟ ପଢନ୍ତୁ: UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ, ଅଖିଳେଶଙ୍କୁ ମଧ୍ୟ ଚେତାବନୀ ଦେଲେ ପୂଜାରୀ

ଏନସିପି ବିଧାୟକ ଅମୋଲ ମିଟକାରି କହିଛନ୍ତି, "ମନ୍ତ୍ରୀ ଏହିଭଳି ମୂଲ୍ୟହୀନ ଟିପ୍ପଣୀ ଦେବା ବଦଳରେ ଆଦିବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେବା ଉଚିତ୍ ।" ବିଜେପି ବିଧାୟକ ନୀତିଶ ରାଣେ କହିଛନ୍ତି, ମୁଁ ପ୍ରତିଦିନ ମାଛ ଖାଏ । ତା'ହେଲେ ମୋ ଆଖି ବି ଐଶ୍ବର୍ଯ୍ୟା ରାୟଙ୍କ ପରି ହେବା ଉଚିତ୍ । ଏହା ଉପରେ କୌଣସି ଅନୁସନ୍ଧାନ ଅଛି କି ନାହିଁ ତାହା ମୁଁ ଗାଭିତ୍‌ଙ୍କୁ ପଚାରିବି ।

ଏହାମଧ୍ୟ ପଢନ୍ତୁ: Prakash Raj Controversy: ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ

ମହାରାଷ୍ଟ୍ର ମହିଳା କମିଶନ ମୁଖ୍ୟ ରୂପାଲି ଚାକଣକର ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରଛନ୍ତି । ଏହା ମହିଳାଙ୍କ ପ୍ରତି ଅପମାନ । ଜନ ପ୍ରତିନିଧି ନିଜ ବୟାନ ପ୍ରତି ସାବଧାନ ରହିବା ଉଚିତ୍ କାରଣ ଏହାର ପ୍ରଭାବ ସମାଜରେ ଦୀର୍ଘ ସମୟ ଧରି ରହିଥାଏ । ତେଣୁ ଆସନ୍ତା ୩ ଦିନ ମଧ୍ୟରେ ନିଜର ବୟାନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.