ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ରିମାଣ୍ଡରେ ଥିବା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶୁକ୍ରବାର ED ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ହସ୍ପିଟାଲ ନେଇଥିଲେ । ତେବେ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ିଛି ।
ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମ୍ଙ୍କ ଅର୍ଥ ହେରଫେର ମାମଲାରେ ତାଙ୍କୁ ମାର୍ଚ୍ଚ ୩ ତାରିଖ ଯାଏଁ ରିମାଣ୍ଡରେ ଆଣିଛି ED । ମୁମ୍ବାଇର ଏକ କୋର୍ଟ ତାଙ୍କୁ ୭ ଦିନ ରିମାଣ୍ଡରେ ପଠାଇଛନ୍ତି । କୋର୍ଟରେ ED ନବାବ ମଲ୍ଲିକଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କିରଥିଲା ।
ED ମୁତାବକ ତଦନ୍ତ ବେଳେ ମଲ୍ଲିକ କୌଣସି ସହାୟତା କରୁନଥିଲେ । ଏଥିପାଇଁ ତାଙ୍କୁ ବୁଧବାର ଗିରଫ କରାଯାଇଥିଲା । ତେବେ ମଲ୍ଲିକ କହିଛନ୍ତି ଯେ, "ମୁଁ କାହାକୁ ଭୟ କରୁନାହିଁ । ମୁଁ ଲଢ଼ିବି ଏବଂ ବିଜୟୀ ମଧ୍ୟ ହେବି ।"
ଏହାପୂର୍ବରୁ ED ଚଳିତ ମାସ ଆରମ୍ଭରେ ଦାଉଦ ଇବ୍ରାହିମର ଭଉଣୀ ହସିନା ପାର୍କର ଘରେ ମଧ୍ୟ ଚଢ଼ାଉ କରିଥିଲା । ଦାଉଦର ଅର୍ଥ ହେରଫେର ମାମଲାରେ ED ସ୍କାନରରେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ବ ରହିଛନ୍ତି । ଏହାକୁ ନେଇ ମଙ୍ଗଳବାର ED ପକ୍ଷରୁ ସୂଚନା ଦିଆଯାଇଥିଲା ।
@ANI