ETV Bharat / bharat

ମହାରାଷ୍ଟ୍ରର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ କୋରୋନା

author img

By

Published : Feb 22, 2021, 1:35 PM IST

ମହାରାଷ୍ଟ୍ରର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଛଗନ ଭୁଜବଲ ହେଲେ କୋରୋନା ଆକ୍ରାନ୍ତ । ଚଳିତ ମାସରେ କୋରୋନା ସଂକ୍ରମିତ ହୋଇଥିବା ଭୁଜବଲ ହେଉଛନ୍ତି ସପ୍ତମ ମନ୍ତ୍ରୀ। ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ ମହାରାଷ୍ଟ୍ରର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଛଗନ ଭୁଜବଲ ହେଲେ କୋରୋନା ଆକ୍ରାନ୍ତ । ଚଳିତ ମାସରେ କୋରୋନା ସଂକ୍ରମିତ ହୋଇଥିବା ଭୁଜବଲ ହେଉଛନ୍ତି ସପ୍ତମ ମନ୍ତ୍ରୀ । ଏନେଇ ଭୁଜବଲ ଟ୍ବିଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ସୂଚନା ଦେଇଛନ୍ତି । ଗତ ଦୁଇ-ତିନି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସମସ୍ତଙ୍କୁ ନିଜ ନିଜର କୋଭିଡ ପରୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି । ଏହା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ନିୟମିତ ଭାବରେ ସାନିଟାଇଜର ବ୍ୟବହାର କରିବାକୁ ଏନସିପି ନେତା କହିଛନ୍ତି।

ଏହି ମାସ ଆରମ୍ଭରେ ମହାରାଷ୍ଟ୍ର ମନ୍ତ୍ରୀ ଅନିଲ ଦେଶମୁଖ, ରାଜେନ୍ଦ୍ର ଶିଙ୍ଗନେ, ଜୟନ୍ତ ପାଟିଲ, ରାଜେଶ ଟୋପେ, ସତେଜ ପାଟିଲ ଏବଂ ବଚ୍ଚୁ କାଦୁ କୋରୋନା ପଜିଟିଭ୍ ପରୀକ୍ଷା କରିଥିଲେ। ଗତ ବର୍ଷ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ 12 ରୁ ଅଧିକ ରାଜ୍ୟ ମନ୍ତ୍ରୀ ଏହି ଭାଇରାଲ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ତେବେ ବହୁତ ଦିନ ବ୍ୟବଧାନରେ ପୁଣି କୋଭିଡ ମାମଲାରେ ବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ରବିବାର ଦିନ, ମହାରାଷ୍ଟ୍ରରେ 6,971 ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି ଯାହା ରାଜ୍ୟରେ ସଂକ୍ରମଣକୁ 21,00,884 କୁ ବୃଦ୍ଧି କରିଛି। ସରକାରୀ ତଥ୍ୟ ଅନୁଯାୟୀ ରବିବାର ରାଜ୍ୟରେ 35 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.