ETV Bharat / bharat

ଟ୍ରେନ ଯୋଗେ ମହାରାଷ୍ଟ୍ରକୁ ଆସୁଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

author img

By

Published : Apr 19, 2021, 8:46 AM IST

6 ଟି ରାଜ୍ୟରୁ ମହାରାଷ୍ଟ୍ରକୁ ଆସୁଥିବା ଟ୍ରେନଯାତ୍ରୀଙ୍କ ପାଇଁ 48 ଘଣ୍ଟା ଭିତରେ ହୋଇଥିବା ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

ଟ୍ରେନ ଯାତ୍ରୀଙ୍କ ପାଇଁ  ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହରର ଚେନକୁ ଭାଙ୍ଗିବା ପାଇଁ ମହାରାଷ୍ଚ୍ର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୂଆ ନିର୍ଦ୍ଦେଶନାମା ଅନୁସାରେ ମହାରାଷ୍ଟ୍ରକୁ ଟ୍ରେନରେ ଆସୁଥିବା 6ଟି ରାଜ୍ୟର ଯାତ୍ରୀଙ୍କ ପାଇଁ 48 ଘଣ୍ଟା ଭିତରେ ହୋଇଥିବା ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।

6ଟି ରାଜ୍ୟଗୁଡିକ ହେଲା କେରଳ, ଗୋଆ, ରାଜସ୍ଥାନ,ଦିଲ୍ଲୀ- ଏନସିଆର, ଗୁଜୁରାଟ ଓ ଉତ୍ତରାଖଣ୍ଡ । ଏହି ଛଅଟି ରାଜ୍ୟରୋ କୋରୋନା ସଂକ୍ରମଣ ପାଇଁ ସମ୍ବେଦନଶୀଳ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବାକୁ ପଡିବ । ଟ୍ରେନରେ ଯାତ୍ରା କରୁଥିବା ସମୟରେ ମାସ୍କ, ସମାଜିତ ଦୂରତା ରକ୍ଷା କରିବାକୁ ପଡିବ । କୋରୋନା ଲକ୍ଷଣ ନ ଥିବା ବ୍ୟକ୍ତିଙ୍କୁ କେବଳ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିବ । ବିନା ସଂରକ୍ଷଣ ଟିକେଟରେ ମହାରାଷ୍ଟ୍ରକୁ ଆସୁଥିବା ଯାତ୍ରୀଙ୍କୁ ଟିକେଟ ଦିଆଯିବ ନାହିଁ ।

ଆରଟି- ପିସିଆର ପରୀକ୍ଷା
ଆରଟି- ପିସିଆର ପରୀକ୍ଷା

ଏହା ସହିତ ସ୍ଥାନୀୟ ପ୍ରଶାସନକୁ ସମସ୍ତ ସୂଚନା ଦେବାକୁ ରେଳବାଇକୁ ନିର୍ଦ୍ଦେଶ ଜାରି ହୋଇଛି । ବର୍ତ୍ତମାନ ଷ୍ଟେସନରୁ ବାହାରୁ ଥିବା ଯାତ୍ରୀଙ୍କର ସ୍କିନିଂ କରାଯାଉନାହିଁ । କୋରୋନା ମୁକାବିଲା କରିବା ପାଇଁ ରେଳଷ୍ଟେସନରେ ସ୍କିନିଂ ମେସିନ ଲଗାଇବାକୁ ରାଜ୍ୟ ସରକାର ଆଶା ରଖିଛନ୍ତି । ଏହି ନୂଆ ନିର୍ଦ୍ଦେଶନାମା ଆଜିଠୁ ଲାଗୁ ହେବ ଯେ ପର୍ଯ୍ୟନ୍ତ ମହାମାରୀ ଶେଷ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.