ETV Bharat / bharat

ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ-2022 ପାରିତ

author img

By

Published : Dec 29, 2022, 7:40 AM IST

ମହାରାଷ୍ଟ୍ର ବିଧାନସଭାରେ ପାରିତ ହେଲା ଲୋକାୟୁକ୍ତ ବିଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଏହି ଆଇନ ଅଧୀନରେ ଆସିବେ । ଆନ୍ନା ହାଜାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ସରକାର କାର୍ଯ୍ୟକାରୀ କରିଥିବା ଉପମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସୂଚନା । ଅଧିକ ପଢନ୍ତୁ

ମହାରାଷ୍ଟ୍ର ବିଧାନସଭାରେ ପାରିତ ହେଲା ଲୋକାୟୁକ୍ତ ବିଲ 2022

ହାଇଦ୍ରାବାଦ: ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ମହାରାଷ୍ଟ୍ର ଲୋକାୟୁକ୍ତ ବିଲ୍ 2022 (Maharashtra Lokayukta Bill 2022) ପାରିତ ହୋଇଛି । ଏହି ବିଲ ପାରିତ କରିବାରେ ମହାରାଷ୍ଟ୍ର ହେଉଛି ପ୍ରଥମ ରାଜ୍ୟ । ବିଧାନସଭାରେ ମନ୍ତ୍ରୀ ଦିପକ କେସରକର ଏହି ବିଲକୁ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଏହି ଲୋକାୟୁକ୍ତ ଆକ୍ଟ ଅଧିନରେ ଆସିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗର ତଦନ୍ତ କରିବା ପାଇଁ ଲୋକାୟୁକ୍ତଙ୍କୁ ବିଧାନସଭା ସଦସ୍ୟଙ୍କ ଅନୁମୋଦନ ଗ୍ରହଣ କରିବାକୁ ହେବା ନେଇ ଏହି ବିଲ୍‌ରେ ପ୍ରାବଧାନ ରହିଛି ।

ଆନ୍ନା ହଜାରେ କମିଟିର ରିପୋର୍ଟକୁ ଅନୁମୋଦନ-

ଶୀତକାଳୀନ ଅଧିବେଶନ ପୂର୍ବରୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଥିଲେ ଯେ, ଯେପରି କେନ୍ଦ୍ରରେ ଲୋକପାଳ ବିଲ୍ ଅନୁମୋଦନ ହୋଇଛି, ସେହିପରି ମହାରାଷ୍ଟ୍ରରେ ମଧ୍ୟ ଲୋକାୟୁକ୍ତ ଆଇନ ଲାଗୁ କରାଯାଉ ବୋଲି ସମାଜସେବୀ ଆନ୍ନା ହଜାରେ କ୍ରମାଗତ ଭାବରେ ଦାବି କରି ଆସୁଥିଲେ । ଗତ ଥର ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଥିଲାବେଳେ ମଧ୍ୟ ଏହି ଦିଗରେ ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଆନ୍ନା ହାଜାରେଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା । କମିଟି ଏହି ଦିଗରେ କିଛି ସୁପାରିଶ ମଧ୍ୟ କରିଥିଲା । ତେବେ ଚଳିତ ଅଧିବେଶନରେ ଆନ୍ନା ହଜାରେଙ୍କ କମିଟି ଦେଇଥିବା ରିପୋର୍ଟକୁ ସରକାର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିଥିବା ଫଡନାଭିସ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.