ETV Bharat / bharat

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

author img

By

Published : Apr 5, 2021, 3:16 PM IST

Updated : Apr 5, 2021, 4:12 PM IST

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା । 15 ଦିନ ଭିତରେ ପ୍ରାଥମିକ ଯାଞ୍ଚ ଆରମ୍ଭ କରିବାକୁ ବମ୍ବେ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।ଅଧିକ ପଢନ୍ତୁ...

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ: ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗରେ ଘେରି ହୋଇଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଇସ୍ତଫା । କିଛି ସମୟ ପୂର୍ବରୁ ସିବିଆଇକୁ ଅନିଲ ଗୃହମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ । 15 ଦିନ ଭିତରେ ପ୍ରାଥମିକ ଯାଞ୍ଚ ଆରମ୍ଭ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର ବମ୍ବେ ହାଇକୋର୍ଟ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚର ଆଦେଶ ଦେଇଥିଲେ । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଜନହିତ ଯାଚିକା ଉପରେ ଏହି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଦେଶମୁଖଙ୍କ ବିରୋଧରେ ବଟି ଆଦାୟର ଟାର୍ଗେଟ ଅଭିଯୋଗ ଆଣିଥିଲେ ପରମବୀର ।

ପରମବୀର ସିଂହଙ୍କ ଅଭିଯୋଗ ପରେ ଅନିଲ ଦେଶମୁଖଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି ।

ଆଣ୍ଟିଲିଆ ମାମଲାରେ ଏନଆଇଏ ଯାଞ୍ଚ ମଧ୍ୟରେ ପରମବୀରଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇଦେଇଥିଲେ ମହାରାଷ୍ଟ୍ର ସରକାର । ପଦରୁ ହଟିବା ପରେ ପରମବୀର ସିଂହ 20 ମାର୍ଚ୍ଚରେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ ।

ଏହି ଚିଠିରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଗିରଫ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ବାର ଓ ରେସ୍ତୋରାଁରୁ 100 କୋଟି ଟଙ୍କା ବଟି ଆଦାୟର ଟାର୍ଗେଟ ଦେଇଥିବା ଅଭିଯୋଗ କରିଥିଲେ ପମବୀର ।

Last Updated : Apr 5, 2021, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.