ETV Bharat / bharat

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ: ରାଜସ୍ଥାନୀ, ଗୁଜୁରାଟୀଙ୍କୁ ହଟାଇ ଦେଲେ ଅର୍ଥନୈତିକ ରାଜଧାନୀ ରହିବ ନାହିଁ ମୁମ୍ବାଇ - ମହାରାଷ୍ଟ୍ରରେ ବିବାଦ

ମହାରାଷ୍ଟ୍ର ରାଜ୍ୟପାଳ କୋଶୀୟାରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ସମଗ୍ର ରାଜ୍ୟରେ ଉତ୍ତେଜନା । ଉଦ୍ଭବ ଠାକରେ ଦେଲେ ଚପଲ ମାଡର ପରୋକ୍ଷ ଚେତାବନୀ । ପ୍ରତିବାଦ କରୁଛି ଏନ.ସି.ପି । ଅଧିକ ପଢନ୍ତୁ

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ: ରାଜସ୍ଥାନୀ, ଗୁଜୁରାଟୀଙ୍କୁ ହଟାଇ ଦିଆଗଲେ ଅର୍ଥନୈତିକ ରାଜଧାନୀ ରହିବ ନାହିଁ ମୁମ୍ବାଇ
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ: ରାଜସ୍ଥାନୀ, ଗୁଜୁରାଟୀଙ୍କୁ ହଟାଇ ଦିଆଗଲେ ଅର୍ଥନୈତିକ ରାଜଧାନୀ ରହିବ ନାହିଁ ମୁମ୍ବାଇ ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନ: ରାଜସ୍ଥାନୀ, ଗୁଜୁରାଟୀଙ୍କୁ ହଟାଇ ଦିଆଗଲେ ଅର୍ଥନୈତିକ ରାଜଧାନୀ ରହିବ ନାହିଁ ମୁମ୍ବାଇ
author img

By

Published : Jul 30, 2022, 4:34 PM IST

ମୁମ୍ବାଇ: ‘‘ମୁମ୍ବାଇରୁ ରାଜସ୍ଥାନୀ ଓ ଗୁଜୁରାଟୀଙ୍କୁ ହଟାଇ ଦିଆଗଲେ ମୁମ୍ବାଇ ଆଉ ଦେଶର ଅର୍ଥନୈତିକ ରାଜଧାନୀ ହୋଇ ରହିବନାହିଁ । ମୁମ୍ବାଇ ଓ ଥାଣେ ସହରରେ ଟଙ୍କାର ଅଭାବ ପଡିବ ।’’ ଏପରି କିଛି ମନ୍ତବ୍ୟ ଦେଇ ଏବେ ବିବାଦରେ ମହାରାଷ୍ଟ୍ର ରାଜ୍ୟାପାଳ ଭଗତ ସିଂ କୋଶିୟାରୀ । ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଏହି ବୟାନ ଆସିବା ପରେ ରାଜ୍ୟବ୍ୟାପୀ ବିବାଦ ଦେଖିବାକୁ ମିଳିଛି । ବିରୋଧୀ ରାଜନୈତିକ ଦଳମାନେ ରାଜ୍ୟପାଳଙ୍କ ଏହି ବୟାନକୁ ନିନ୍ଦା କରିବା ସହ ମହାରାଷ୍ଟ୍ରବାସୀ ମଧ୍ୟ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ରାଜ୍ୟପାଳଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୁମ୍ବାଇ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦାବି ମଧ୍ୟ ଉଠିବାରେ ଲାଗିଛି ।

  • Bhagat Singh Koshyari, as the Governor of Maharashtra, enjoyed everything in Maharashtra in the last 2.5 years. He enjoyed Maharashtrian cuisine, now the time has come that he should see Kolhapuri chappal: Shiv Sena leader and former CM Uddhav Thackeray pic.twitter.com/db5UtkALWN

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ଏହି ପ୍ରସଙ୍ଗରେ ରାଜ୍ୟପାଳ କୋଶିୟାରୀଙ୍କୁ କଡା ସାମାଲୋଚନା କରିଛନ୍ତି ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟପାଳଙ୍କୁ ସେ ସିଧା ଚପଲ ମାଡ ହେବା ନେଇ ମଧ୍ୟ ପରୋକ୍ଷ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଉଦ୍ଧବ କହିଛନ୍ତି, ରାଜ୍ୟର ରାଜ୍ୟପାଳ ଭାବେ କୋଶିୟାରୀ ଦୀର୍ଘ ଅଢେଇ ବର୍ଷ ହେଲା ସମସ୍ତ ସାମ୍ବିଧାନିକ କ୍ଷମତା ଉପଭୋଗ କରିଆସୁଛନ୍ତି । ସେ ଜଣେ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିବିଶେଷ । ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ପ୍ରତିନିଧି । ତେବେ ତାଙ୍କର ଏପରି ଦୁର୍ଭାଗ୍ୟଜନକ ମନ୍ତବ୍ୟ ପାଇଁ ସମଗ୍ର ମହାରାଷ୍ଟ୍ରବାସୀ ଅପମାନିତ ହୋଇଛନ୍ତି । ମରାଠାଙ୍କର ଗୌରବ ଅପମାନିତ ହୋଇଛି । ରାଜ୍ୟପାଳ କୋଶିୟାରୀ ନିଜ କାର୍ଯ୍ୟକାଳରେ ମହାରାଷ୍ଟ୍ରର ବ୍ୟଞ୍ଜନ ଉପଭୋଗ କରିଛନ୍ତି । ଏବେ କୋହ୍ଲାପୁରୀ ଚପଲ ଦେଖିବାର ସମୟ ଆସିଛି ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ।

  • #WATCH | Mumbai: Nationalist Congress Party (NCP) workers protest over Maharashtra Governor Bhagat Singh Koshyari's "If Gujaratis and Rajasthanis are removed from Maharashtra, especially Mumbai and Thane, no money would be left here..." remark. pic.twitter.com/yaH4ETJCDl

ସେହିପରି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ସିନ୍ଧେ କହିଛନ୍ତି, ‘‘ଏହା ରାଜ୍ୟପାଳଙ୍କ ବ୍ୟକ୍ତିଗତ ମତ । ମୁଁ ଏହାକୁ ସମର୍ଥନ କରୁନାହିଁ । ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ । ତେଣୁ ସେ ନୀତି ନୈତିକତା ରକ୍ଷା କରି କୌଣସି ବୟାନ ରଖିବା ଉଚିତ । ମୁମ୍ବାଇ ସହରର ସଫଳତା ପଛରେ ମୁମ୍ବାଇବାସୀ ଓ ସମଗ୍ର ମହାରାଷ୍ଟ୍ରବାସୀଙ୍କର ଥିବା ଅବଦାନକୁ କେବେ ଭୁଲିହେବ ନାହିଁ ।’’

  • Governor has his own personal views but we won't support his statements. Governor's post is a constitutional post. He must speak under the ethics of the constitution. We will never forget Mumbaikar's & Marathi people's contribution to Mumbai: Maha CM Eknath Shinde on Guv Koshyari pic.twitter.com/4Dk47dfggJ

ଅନ୍ୟପଟେ ମୁମ୍ବାଇ ଓ ଥାଣେ ସମେତ ବିଭିନ୍ନ ସ୍ଥାନରେ ଏନ.ସି.ପି କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟପାଳଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଏହା ରାଜ୍ୟବାସୀଙ୍କୁ ଅପମାନିତ କରିଛି ଦର୍ଶାଇ ସେମାନେ ରାଜ୍ୟପାଳଙ୍କ ନିକଟରୁ କ୍ଷମା ମଧ୍ୟ ଦାବି କରିଛନ୍ତି । ବିଭିନ୍ନ ସ୍ଥାନରେ ପ୍ରତିବାଦ ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.