ମୁମ୍ବାଇ: କେମିକାଲ ଫ୍ୟାକ୍ଟିରରୁ ଟକ୍ସିକ ଗ୍ୟାସ ଲିକ । ମହାରାଷ୍ଟ୍ର ଥାନେର ବଦଲାପୁର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟିରରୁ ଗୁରୁବାର ବିଳମ୍ବିତ ରାତିରେ ଗ୍ୟାସ ଲିକ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଫ୍ୟାକ୍ଟିରରେ ସଲଫ୍ୟୁରିକ ଏସିଡ ଓ ବେନଜାଲ ଏସିଡର ରାସାୟନିକ ପ୍ରତିକ୍ରିୟା ଏହି ଗ୍ୟାସ ଲିକର କାରଣ ହୋଇଛି । ଗ୍ୟାସ ଲିକ ହେବାରୁ ସେହି ଅଞ୍ଚଳର ସମସ୍ତ ଲୋକଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହିତ ଆଖିରେ ସମାନ୍ୟ ଅସୁବିଧା ହୋଇଥିଲା । ଥାନେ ମୁନସିପାଲଟି କର୍ପୋରେସନର ସୂଚନା ଅନୁସାରେ ଘଟଣାଟି ରାତି ପ୍ରାୟ 10ଟାରେ ଘଟିଥିଲା ।
ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ଏକ ଘଣ୍ଟା ପରେ ଗ୍ୟାସ ଲିକକୁ ଆୟତ୍ତ କରାଯାଇଥିଲା । ଏହା ପରେ ସ୍ଥିତି ନିୟନ୍ତ୍ରିତ ହୋଇଥିଲା । ବଦଲାପୁର ଅଗ୍ନିଶମ ବାହିନୀର ସୂଚନାଅନୁଯାୟୀ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ