ETV Bharat / bharat

୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସ୍‌ଙ୍କୁ ଗଳା କାଟି ହତ୍ୟା, ମାମଲା ରୁଜୁ

author img

By ETV Bharat Odisha Team

Published : Sep 4, 2023, 5:19 PM IST

ଅଧାରେ ରହିଲା ଆକାଶେ ଉଡ଼ିବାର ସ୍ବପ୍ନ । ମୁମ୍ବାଇରେ ୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସଙ୍କୁ ଗଳା କାଟି ହତ୍ୟା । ଅଧିକ ପଢନ୍ତୁ

Murder of flight attendant
Murder of flight attendant

ମୁମ୍ବାଇ: ବଡ଼ ଚାକିରିର ସ୍ବପ୍ନ ନେଇ ଘର ଛାଡ଼ି ସ୍ବପ୍ନ ନଗରୀ ମୁମ୍ବାଇକୁ ଆସିଥିଲେ ଯୁବତୀ । ନୂଆ ନୂଆ ଚାକିରି କରିଥିଲେ । ମୁମ୍ବାଇରେ ଫ୍ଲାଟରେ ରହି ଟ୍ରେନି ଏୟାର ହୋଷ୍ଟେସ ଭାବେ କାର୍ଯ୍ୟ କରୁଥିଲେ । ଟ୍ରେନିଂ ଶେଷ ହୋଇଥିଲେ ଆଉ କିଛି ଦିନ ପରେ ସେ ଜଣେ ତାଲିମପ୍ରାପ୍ତ ଏୟାର ହୋଷ୍ଟେସ୍‌ ଭାବେ ଦାୟିତ୍ବ ସମ୍ଭାଳିଥାଆନ୍ତେ । ହେଲେ ଆକାଶରେ ଉଡ଼ି ଯାତ୍ରୀଙ୍କୁ ସେବା ଯୋଗାଇବା ପୂର୍ବରୁ ଦୁନିଆକୁ ସେ କହିଛନ୍ତି ଅଲବିଦା । ଏହି ୨୩ ବର୍ଷୀୟ ଏୟାର ହୋଷ୍ଟେସ୍‌ଙ୍କୁ ତାଙ୍କ ଫ୍ଲାଟରେ ଗଳା କାଟି ହତ୍ୟା କରାଯାଇଛି । ଏନେଇ ପୋୱାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ମୃତ ଟ୍ରେନି ଏୟାର ହୋଷ୍ଟେସଙ୍କ ନାମ ହେଉଛି ରୁପାଲ ଓଗ୍ରେ । ସେ ଛତିଶଗଡ଼ ରାୟପୁରର ଅଧିବାସୀ । ସେ ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ୨ କିମି ଦୂରରେ ମରୋଲ ଅଞ୍ଚଳରେ ଏକ ଫ୍ଲାଟ୍‌ ନେଇ ରହୁଥିଲେ । ଆଜି (ସୋମବାର) ସକାଳେ ରୁପାଲଙ୍କ ପିତାମାତା ଝିଅକୁ ଫୋନ୍‌ କରିଥିଲେ । ହେଲେ ରୁପାଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ ଶେଷରେ ପିତାମାତା ତାଙ୍କ ସାଙ୍ଗକୁ ଫୋନ କରି ଝିଅ ସମ୍ପର୍କରେ ବୁଝିବାକୁ କହିଥିଲେ ।

ଏହା ବି ପଢନ୍ତୁ- Telangana: ୨୪ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ହତ୍ୟା, ଭଉଣୀ ଓ ପ୍ରେମିକର ସମ୍ପୃକ୍ତି ଅଭିଯୋଗ

ଏହାପରେ ରୁପାଲଙ୍କ ସାଙ୍ଗ ଫ୍ଲାଟରେ ପହଞ୍ଚିଥିଲା । ଅନେକ ଥର ଡୋର ବେଲ‌୍‌ ମାରିବା ପରେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଏହାପରେ ଶେଷରେ ରୁପାଲଙ୍କ ଫ୍ଲାଟର କବାଟ ଭାଙ୍ଗିବାକୁ ପଡ଼ିଥିଲା । ଏହାପରେ ଫ୍ଲାଟ ମଧ୍ୟରେ ରୁପାଲଙ୍କ ମୃତଦେହକୁ ମିଳିଥିଲା । ଏ ନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୁପାଲଙ୍କ ମୋବାଇଲକୁ ଜବତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଡିସିପି ଦତ୍ତା ନାଲଭାଡେଙ୍କ କହିବା ଅନୁସାରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହକୁ ପୋୱାଇ ସ୍ଥିତ ଏନଜି ହାଉସିଂ ସୋସାଇଟିରୁ ଉଦ୍ଧାର କରାଯାଇଛି ।

ହତ୍ୟାକାରୀକୁ ଗିରଫ କରିବା ଲାଗି ପୋଲିସ ୪ ଜଣିଆ ଟିମ୍‌ ଗଠନ କରିଛି । ଏହି ହତ୍ୟା ପଛର କାରଣ କଣ ସେ ନେଇ ଛାନଭିନ ଆରମ୍ଭ ହୋଇଛି । ରୁପାଲଙ୍କ ସାନ ଭଉଣୀ ଓ ତାଙ୍କର ଜଣେ ବନ୍ଧୁ ଉକ୍ତ ଫ୍ଲାଟରେ ରହୁଥିଲେ । ତେବେ ପୋଲିସ ସେମାନଙ୍କୁ ଯୋଗାଯୋଗ କରିବା ପରେ ସେମାନେ ମୁମ୍ବାଇ ବାହାରେ ଥିବା କହିଛନ୍ତି । ଏହାରି ଭିତରେ ପୋଲିସ ବ୍ୟବଚ୍ଛେଦ ଲାଗି ଯୁବତୀଙ୍କ ମୃତଦେହକୁ ପୋଲିସ ହସ୍ପିଟାଲ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.