ମୁମ୍ବାଇ: ମହାରାଷ୍ଟ୍ରରେ କାୟା ବିସ୍ତାର କରୁଛି ମହାମାରୀ । ରାତି 9ଟାସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟପରେ ରେକର୍ଡ ହୋଇଛି 43, 183 ମାମଲା । ଏହା ପୂର୍ବରୁ 28 ମାର୍ଚ୍ଚରେ ମହାରାଷ୍ଟ୍ରରରେ 40 ବଜାର 414 ମାମଲା ସାମ୍ନାକୁ ଆସିଥିଲା ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହଯାଏ, ଗୁରୁବାର କୋରୋନାରେ 249 ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଏବେସୁଦ୍ଧା 28 ଲକ୍ଷ 56 ହଜାର 163 ଜଣ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ଆଉ ଏମାନଙ୍କ ମଧ୍ୟରୁ 24 ଲକ୍ଷ 33 ହଜାର 368 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ମୋଟ 54,898 ରୋଗୀଙ୍କର ମୃତ୍ୟୁ ହୋଇଛି।
କେବଳ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 8,646 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ମୁମ୍ବାଇରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ 8600ରୁ ଅଧିକ ମାମଲା ସାମ୍ନାକୁ ଆସିଛି ।