ETV Bharat / bharat

ମୋର ଜଣେ ବି ବିଧାୟକ କହିଲେ ମୁଁ ଇସ୍ତଫା ଦେଇଦେବି: ଉଦ୍ଧବ ଠାକରେ

author img

By

Published : Jun 22, 2022, 8:04 PM IST

Updated : Jun 22, 2022, 8:12 PM IST

ସମ୍ବୋଧନରେ ଉଦ୍ଧବ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ମୋର କୌଣସି ସମସ୍ୟା ନାହିଁ ଇସ୍ତଫା ଦେବାକୁ । ମୁଁ କାହା ଉପରେ ନିର୍ଭରଶୀଳ ନୁହେଁ । ବିଜେପି ମତେ ବାରମ୍ବାର ବଦନାମ କରିବାକୁ ଉଦ୍ୟମ କରୁଛି । ଅଧିକ ପଢନ୍ତୁ

ଉଦ୍ଧବ ଠାକରେ
ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ (Maharashtra politics crisis) ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ (Uddhav Thackeray) ଠାକରେ ସାମାଜିକ ଗଣମାଧ୍ୟମ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ଉଦ୍ଧବ କହିଛନ୍ତି ଯଦି ଦଳର ଜଣେ ମଧ୍ୟ ବିଧାୟକ ତାଙ୍କ ସମ୍ମୁଖକୁ ଆସି ଇସ୍ତଫା ଦେବାକୁ କୁହନ୍ତି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ଦଳୀୟ କର୍ମୀଙ୍କୁ ଶକ୍ତି ଦେବାକୁ ଯାଇ ଉଦ୍ଧବ କହିଛନ୍ତି ଶିବସେନା କେବେ ହିନ୍ଦୁତ୍ବ ବିଚାରଧାରାରୁ ବିଚ୍ୟୁତ ହୋଇନାହାଁନ୍ତି ।

ସମ୍ବୋଧନରେ ଉଦ୍ଧବ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ମୋର କୌଣସି ସମସ୍ୟା ନାହିଁ ଇସ୍ତଫା ଦେବାକୁ । ମୁଁ କାହା ଉପରେ ନିର୍ଭରଶୀଳ ନୁହେଁ । ବିଜେପି ମତେ ବାରମ୍ବାର ବଦନାମ କରିବାକୁ ଉଦ୍ୟମ କରୁଛି । ଯଦି ମଧ୍ୟ ଇସ୍ତଫା ଦେଉଛି ତେବେ ମଧ୍ୟ ଜଣେ ଶିବ ସୈନିକଙ୍କୁ ମୁଖ୍ଯମନ୍ତ୍ରୀ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ଉଦ୍ଧବ ।

ଉଦ୍ଧବ କହିଛନ୍ତି ଯଦି ମୋ ସ୍ଥାନରେ କେହି ବି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହେବେ ମୁଁ ଖୁସି ହେବି । ଯେଉଁ ଶିବସେନା ବିଧାୟକ ନାରାଜ ଅଛନ୍ତି, ଆସାମ ଗୁଜୁରାଟରେ ରହିବା ବଦଳରେ, ମୁମ୍ବାଇ ଆସି ମୋ ସାମନାରେ କଥା ହୁଅନ୍ତୁ । ତାଙ୍କ ସମସ୍ୟା କୁହନ୍ତୁ । ଯଦି ମୋ ଦଳର ବିଧାୟକ ଚାହିଁବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି ବୋଲି ପୁଣି ଥରେ ଦୋହରାଇଛନ୍ତି ଉଦ୍ଧବ ।

ଏହାସହ ବିଦ୍ରୋହୀ ବିଧାୟକଙ୍କୁ ଚେତାବନୀ ଦେବା ଛଳରେ କହିଛନ୍ତି ମୁଁ କୌଣସି ନାଟକ କରୁନାହିଁ । ସଂଖ୍ୟା କାହା ପାଖରେ କେତେ ଅଛି, ତାହା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ । ଯାହା ପାଖରେ ସଂଖ୍ୟା ଥାଏ ତାହାର ବିଜୟ ହୁଏ ।

ସମ୍ବୋଧନ ଅବସରରେ ଉଦ୍ଧବ ନିଜ ସରକାରର ଉପଲବ୍ଧି ଅବତାରଣ କରି କହିଛନ୍ତି କୋଭିଡ ସଂକଟ ମଧ୍ୟରେ ମଧ୍ୟ ସରକାର କୋଭିଡ ନିୟନ୍ତ୍ରଣରେ ସଫଳ ହୋଇଛି । କୋଭିଡ ମୁକାବିଲାରେ ସଫଳ ଟପ 5 ମୁଖ୍ୟମନ୍ତ୍ରୀ ମଧ୍ୟରେ ମହାରାଷ୍ଟ୍ର ଥିଲା । ଏହାସହ ରାଜ୍ୟର ବିକାଶରେ କୌଣସି ହେଳା ସରକାର କରିନାହିଁ । ଏକନାଥ ସିନ୍ଧେଙ୍କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସ ଓ ଏନସିପି ନିଜ ସମର୍ଥନ ଜାରି ରଖିଛନ୍ତି। ଅଥଚ ମୋ ଦଳ ମୋ ସହ ବିଶ୍ବାସଘାତକ କରୁଛି । ଯାହା ହେଲେ ମଧ୍ୟ ଶିବସେନା କେବେ ନିଜ ହିନ୍ଦୁତ୍ବରୁ ବିଚ୍ୟୁତ ହେବ ନାହିଁ ବୋଲି କହିଛନ୍ତି ।

Last Updated : Jun 22, 2022, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.