ETV Bharat / bharat

ପ୍ରବୀଣରୁ ପାଲଟିଲେ ରିୟା, ହେଲେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଶିକ୍ଷୟିତ୍ରୀ

author img

By ETV Bharat Odisha Team

Published : Jan 13, 2024, 9:11 PM IST

India's First Govt Transgender Teacher: ପ୍ରବୀଣରୁ ପାଲଟିଲେ ରିୟା । ନିଜର ଅନ୍ତର ସ୍ବରକୁ ପ୍ରାଧାନ୍ୟ ଦେଇ ପୁଅରୁ ଝିଅ ପାଲଟିଲେ । ଏହାପରେ ବି କାହାର ଟାହି ଟାପରା ତାଙ୍କୁ ପ୍ରଭାବିତ କରିନଥିଲା । ଆଉ ଏବେ ନିଜ ସ୍ବପ୍ନକୁ ପୂରଣ କରି କରୁଛନ୍ତି ଶିକ୍ଷାଦାନ । ଜାଣନ୍ତୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଶିକ୍ଷୟିତ୍ରୀଙ୍କ କାହାଣୀ । ଅଧିକ ପଢନ୍ତୁ

Riya Alvekar
Riya Alvekar

ମୁମ୍ବାଇ: ଥିଲେ ପ୍ରବୀଣ ୱାରଙ୍ଗ । ସର୍ଜରୀ ପରେ ପାଲଟିଲେ ରିୟା ଆଲଭେକର । ଏହାପରେ ସେ ନିଜ ସ୍ବପ୍ନକୁ ପୂରଣ କରି ଏବେ କରୁଛନ୍ତି ଶିକ୍ଷାଦାନ । ଏହାରି ସହିତ ସେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଶିକ୍ଷୟିତ୍ରୀ ହୋଇପାରିଥିବା ଦାବି କରିଛନ୍ତି । ମହାରାଷ୍ଟ୍ରର ଓରାସ ଜେପି ସରକାରୀ ସ୍କୁଲରେ ପାଠ ପଢାଉଛନ୍ତି ପୁଅରୁ ଝିଅ ପାଲିଟିଥିବା ଟ୍ରାନ୍ସଜେଣ୍ଡର ମହିଳା ରିୟା ଆଲଭେକର । ଏନେଇ ଜେପି ସ୍କୁଲ ପ୍ରିନ୍ସିପାଲ ସ୍ମିତା ଗଭାସ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ରାଜ୍ୟର ସିନ୍ଧୁଦୁର୍ଗ ଜିଲ୍ଲା ସ୍ଥିତ ଓରାସ ଜେପି ସରକାରୀ ବିଦ୍ୟାଳୟରେ ରିୟା ୨୦୧୨ ମସିହାରୁ ପାଠ ପଢାଇ ଆସୁଛନ୍ତି । ତାଙ୍କ କହିବାନୁସାରେ ସେ ପୁଅ ହୋଇ ଜନ୍ମଗ୍ରହଣ କରିଥିଲେ । ମାତ୍ର ତାଙ୍କ ଅନ୍ତର ଆତ୍ମା ତାଙ୍କୁ ଆଉ କିଛି କହୁଥିଲା । ଧିରେ ଧିରେ ବଡ଼ ହେବା ପରେ ତାଙ୍କ ମଧ୍ୟରେ ଝିଅ ଭାବନା ଜାଗ୍ରତ ହେଉଥିବା ସେ କହିଥିଲେ । ପୁଅଙ୍କ ପରି ପୋଷାକ ପରିଧାନ କରୁଥିବା ସତ୍ତ୍ବେ ସେ ଝିଅଙ୍କ ପରି ଆଚରଣ କରିବାକୁ ବେଶ ପସନ୍ଦ କରୁଥିଲେ । ହେଲେ ଲୋକ ଲଜ୍ଜା ଭୟରେ ନିଜ ମନର ଭାବନାକୁ ସେ ପରିପ୍ରକାଶ କରିପାରୁନଥିଲେ ।

ଏହା ବି ପଢନ୍ତୁ- ପ୍ରଥମ ଥର ମେଡିକାଲ ପିଜି ସିଟ୍ ପାଇଲେ ଟ୍ରାନ୍ସଜେଣ୍ଡର

ପାଠପଢା ଶେଷ ପର୍ଯ୍ୟନ୍ତ ସେ ନିଜ ଅନ୍ତର ସ୍ବରକୁ ହୃଦୟରେ ଚାପି ଧରିଥିଲେ । ଶିକ୍ଷିତ ହେବା ପରେ ସେ ସମାଜର ଟାହି ଟାପରାକୁ ଖାତିର ନକରି ପରିବାରକୁ ସାହାସ ଜୁଟାଇ କହିଥିଲେ । ଯେତେବେଳେ ସେ ଶିକ୍ଷା ବୃତ୍ତି ଆରମ୍ଭ କରିଥିଲେ ସେତେବେଳେ ପ୍ରବୀଣ ୱାରଙ୍କ ହୋଇ ପିଲାଙ୍କୁ ପାଠ ପଢାଉଥିଲେ । ହେଲେ ପରବର୍ତ୍ତୀ ସମୟରେ ସିନ୍ଧୁଦୁର୍ଗ ଜିଲ୍ଲା ପ୍ରଶାସନର ସହାୟତାରେ ସେ ୨୦୧୯ ମସିହାରେ ସର୍ଜରୀ ଓ ହରମୋନାଲ ଟ୍ରିଟମେଣ୍ଟ ପରେ ପାଲଟିଥିଲେ ରିୟା ଆଲଭେକର । ପ୍ୟାଣ୍ଟ ସାର୍ଟ ଛାଡ଼ି ପିନ୍ଧିଥିଲେ ଶାଢୀ । ଏଥିରେ ତାଙ୍କୁ ସିନ୍ଧୁଦୁର୍ଗ ଜିଲ୍ଲା ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷ ବେଶ ସାହାଯ୍ୟ କରିଥିବା ସେ ଇଟିଭି ଭାରତକୁ କହିଛନ୍ତି ।

ଏହା ବି ପଢନ୍ତୁ- ନିଜକୁ ଟ୍ରାନ୍ସଜେଣ୍ଡର ଘୋଷଣା କଲେ ମାଡ୍ରାସ ହାଇକୋର୍ଟର ଆଇନଜୀବୀ: କହିଲେ ‘ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣ ଜରୁରୀ’

ଏନେଇ ସେ କହିଛନ୍ତି, " ପ୍ରବୀଣରୁ ରିୟା ପାଲଟିବା ପରେ ସମସ୍ତ ସରକାରୀ କାଗଜପତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସିଇଓ ପ୍ରଜିତ ନୈର ବହୁ ସାହାଯ୍ୟ କରିଛନ୍ତି । ୨୦୨୨ ଅଗଷ୍ଟ ୨୩ରେ ସମସ୍ତ କାଗଜ ପତ୍ର କାମ ଶେଷ ହେବା ପରେ ମୁଁ ରିୟା ହୋଇ ପୁଣି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଥିଲି । ଏବେ ଓରାସ ଗ୍ରାମ ସ୍ଥିତ ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରୁଛି ।" ତେବେ ରିୟା ନିଜକୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଶିକ୍ଷୟିତ୍ରୀ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.