ETV Bharat / bharat

ସବ-ଇନ୍ସପେକ୍ଟର ପଦବୀରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷିତ ରହିବ ଗୋଟିଏ ପୋଷ୍ଟ

author img

By

Published : Nov 8, 2022, 10:58 PM IST

ସବ-ଇନ୍ସପେକ୍ଟର ପଦବୀ ଭର୍ତ୍ତିରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷିତ ରହିବ ଗୋଟିଏ ପୋଷ୍ଟ (Maharashtra Administrative Tribunal)। ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ପ୍ରଶାସନିକ ଟ୍ରିବ୍ୟୁନାଲର ନିର୍ଦ୍ଦେଶ, ସବ୍ ଇନ୍ସପେକ୍ଟର ପଦବୀରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷିତ ରହିବ ଗୋଟିଏ ପୋଷ୍ଟ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ ବିଭାଗର ସବ-ଇନ୍ସିପେକ୍ଟର ଭର୍ତ୍ତି ପ୍ରକ୍ରିୟାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଗୋଟିଏ ପଦବୀ ସଂରକ୍ଷିତ ରହିବ (sub inspector post for transgenders)। ଏନେଇ ମହାରାଷ୍ଟ୍ର ପ୍ରଶାସନିକ ଟ୍ରିବ୍ୟୁନାଲ (MAT)ର ମୁମ୍ବାଇ ବେଞ୍ଚ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି (ସୋମବାର) ପ୍ରଶାସନିକ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜଷ୍ଟିସ୍ ମ୍ରିଦୁଲା ଭଟକର ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଶୁଣାଇଛନ୍ତି ।

ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ମ୍ରିଦୁଲା କହିଛନ୍ତି, ସୁପ୍ରିମକୋର୍ଟଙ୍କ 2014 ମସିହାର ରାୟ ପରେ ଏପରି ସଂରକ୍ଷିତ ବ୍ୟବସ୍ଥା ପ୍ରଚଳନ କରିବା ବାଧ୍ୟତାମୂଳକ । ସମସ୍ତ ସରକାରୀ ନିଯୁକ୍ତିରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ସଂରକ୍ଷଣ ବ୍ୟବସ୍ଥା ପ୍ରଦାନ କରିବାକୁ ସର୍ବୋଚ୍ଚ କୋର୍ଟ ତତ୍କାଳୀନ ରାୟରେ କହିଥିଲେ । ବିନୟକ କାଶୀଦ ନାମକ ଜଣେ ଆବେଦନକାରୀଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ସମ୍ପର୍କିତ ଏକ ଆବେଦନ ଉପରେ ଶୁଣାଣି କରି ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ ।

ଜଣେ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ମହାରାଷ୍ଟ୍ର ଲୋକସେବା ଆୟୋଗ (MPSC) ଦ୍ବାରା ପରିଚାଳିତ ପୋଲିସ ସବ-ଇନ୍ସିପେକ୍ଟର (PSI) ପଦବୀ ଭର୍ତ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆବେଦନ କରିବାକୁ ଅନୁମତି ମାଗିଥିଲେ । ପରେ ଏହି ମାମଲା ପ୍ରଶାସନିକ ଟ୍ରିବ୍ୟୁନାଲରେ ମଧ୍ୟ ପହଞ୍ଚିଥିଲା । ଅନ୍ୟପଟେ ଚଳିତ ବର୍ଷ ଅଗଷ୍ଟରେ ଟ୍ରିବ୍ୟୁନାଲ ମହାରାଷ୍ଟ୍ର ସରକାରଙ୍କୁ ଶିକ୍ଷାନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ପଦବୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇସାରିଛି । ଏ ସମ୍ପର୍କରେ ୬ ମାସ ମଧ୍ୟରେ ନୀତି ନିର୍ଦ୍ଧାରଣ କରିବା ପାଇଁ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.