ETV Bharat / bharat

କୋଭିଡ଼ ନିୟମ ଉଲ୍ଲଘଂନ: ମୁମ୍ବାଇରେ 767 ଅଟୋ ଡ୍ରାଇଭରଙ୍କୁ ଜୋରିମାନା - ମୁମ୍ବାଇରେ 767 ଅଟୋ ଡ୍ରାଇଭରଙ୍କୁ ଜୋରିମାନା

ମହାରାଷ୍ଟ୍ରରେ କୋଭିଡ଼ ନିୟମ ଉଲ୍ଲଘଂନ କରିବାରୁ 767 ଅଟୋ ଡ୍ରାଇଭରଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ଼ ନିୟମ ଉଲ୍ଲଘଂନ: ମୁମ୍ବାଇରେ 767 ଅଟୋ ଡ୍ରାଇଭରଙ୍କୁ ଜୋରିମାନା
କୋଭିଡ଼ ନିୟମ ଉଲ୍ଲଘଂନ: ମୁମ୍ବାଇରେ 767 ଅଟୋ ଡ୍ରାଇଭରଙ୍କୁ ଜୋରିମାନା
author img

By

Published : Feb 21, 2021, 5:49 PM IST

ମୁମ୍ବାଇ: ମହାରାଷ୍ଟ୍ରର ଥାନେଠାରେ କୋଭିଡ଼ ନିୟମ ଉଲ୍ଲଘଂନ କରିବାରୁ ପ୍ରାୟ 767 ଅଟୋ ଡ୍ରାଇଭରଙ୍କ ଠାରୁ ଥାନେ ପୋଲିସ ଜୋରିମାନା ଆଦାୟ କରିଛି । ତେବେ ସେମାନଙ୍କଠାରୁ 3 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି ।

ବର୍ତ୍ତମାନ କୋରୋନା ସଂକ୍ରମଣ ମହାରାଷ୍ଟ୍ରରେ ବଢିଥିବା ବେଳେ ଅଟୋ ଡ୍ରାଇଭରମାନେ ସାମାଜିକ ଦୂରତା ଅବଲମ୍ବନ ନକରିବା ସହିତ 2ଟି ଯାତ୍ରୀଙ୍କଠାରୁ ଅଧିକ ଯାତ୍ରୀଙ୍କୁ ଅଟୋରେ ନେଉଥିବା ଦେଖିବାକୁ ମିଳିଥିଲା । ଏଥିଲାଗି ଫେବୃଆରୀ 19 ଓ 20 ତାରିଖ ପାଇଁ କୋଭିଡ ନିୟମକୁ ଉଲ୍ଲଘଂନ କରିବା ଲାଗି ପ୍ରାୟ 3 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନେ ଟ୍ରାଫିକ ବିଭାଗର ଡିସିପି କହିଛନ୍ତି ।

ଏହାପୂର୍ବରୁ ମୁମ୍ବାଇର ରେଳ ବିଭାଗ ଓ ବ୍ରିହାନମୁମ୍ବାଇ ମୁନିସିପାଲ କର୍ପୋରେସନ ଫେବୃଆରୀ 1ତାରିଖରୁ 14 ତାରିଖ ମଧ୍ୟରେ ମାସ୍କ ନ ପିନ୍ଧି କୋଭିଡ ନିୟମକୁ ଉଲ୍ଲଘଂନ କରିବାରୁ ପ୍ରାୟ 4618 ଯାତ୍ରୀଙ୍କଠାରୁ ଜୋରିମାନା ଆଦାୟ କରିଥିଲା । ରାଜ୍ୟରେ କୋଭିଡ ପାଇଁ ମାସ୍କ ପିନ୍ଧିବା ଏକ ବାଧ୍ୟତାମୂଳକ ନିୟମ କରାଯାଇଥିବା ବେଳେ ଏହା ଉପରେ ଅଧିକ ନଜର ରଖାଯାଇଛି ।

ଶନିବାର ସୁଦ୍ଧା ମହାରାଷ୍ଟ୍ରରେ 6281ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 40ଜଣଙ୍କର ମୃତ୍ୟୁ ଘିଟିଛି । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଦିନ ବ୍ୟବଧାନ ପରେ ବଢୁଥିବାରୁ କୋଭିଡ ଉଲ୍ଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.