ETV Bharat / bharat

ଧାରଣାସ୍ଥଳରେ ଚାଷୀ, ଆନ୍ଦୋଳନ ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି - Farmers Protest

ବହରୋଦ ରାଜସ୍ଥାନ ହରିୟାଣା ସୀମାରେ ଚାଲିଥିବା ଏହି ଚାଷୀ ଆନ୍ଦୋଳନକୁ ବିରୋଧ କରି ମହାପାଞ୍ଚାୟତର 84 ଟି ଗ୍ରାମର ସ୍ଥାନୀୟ ଲୋକ ଏହି ଧାରଣାକୁ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି । ଯେଉଁଥିପାଇଁ 84 ଟି ଗାଁର ମହାପଞ୍ଚାୟତ ଆରମ୍ଭ କରାଯାଇଛି ।

ଆନ୍ଦୋଳନ ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି

author img

By

Published : Jan 31, 2021, 5:30 PM IST

ଅଲୱାର: ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଧାରଣାରେ ବସିଛନ୍ତି ବିଭିନ୍ନ କୃଷକ ସଂଙ୍ଗଠନ । ଅନ୍ୟପଟେ ଦୀର୍ଘଦିନରୁ ଚାଷୀ ଆନ୍ଦୋଳନ ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ବହରୋଦ ରାଜସ୍ଥାନ ହରିୟାଣା ସୀମାରେ ଚାଲିଥିବା ଏହି ଚାଷୀ ଆନ୍ଦୋଳନକୁ ବିରୋଧ କରି ମହାପଞ୍ଚାୟତର 84 ଟି ଗ୍ରାମର ସ୍ଥାନୀୟ ଲୋକ ଏହି ଧାରଣାକୁ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି । ଯେଉଁଥିପାଇଁ 84 ଟି ଗାଁର ମହାପଞ୍ଚାୟତ ଆରମ୍ଭ କରାଯାଇଛି ।

ପୂର୍ବରୁ ହରିୟାଣା ଗ୍ରାମବାସୀ ପକ୍ଷରୁ 2ଦିନ ମଧ୍ୟରେ ରାଜସ୍ଥାନ ହରିୟାଣା ପ୍ରଶାସନକୁ ରବିବାର ସୁଦ୍ଧା ରାଜପଥରେ ବସିଥିବା ଚାଷୀଙ୍କୁ ଧର୍ମଘଟସ୍ଥଳରୁ ହଟାଇବା ପାଇଁ ସମୟ ଦିଆଯାଇଥିଲା । ମାତ୍ର ରବିବାର ସୁଦ୍ଧା ରାଜସ୍ଥାନ ହରିୟାଣା ସୀମାରେ ବସିଥିବା କୃଷକମାନେ ଆନ୍ଦୋଳନ ଶେଷ କରିନାହାଁନ୍ତି। ଯାହାକୁ ନେଇ ଆଜିପୁଣି 84 ଟି ଗାଁର ଲୋକେ ଆନ୍ଦୋଳନରତ କୃଷକଙ୍କ ସହ ସୀମାରେ ମୁହାଁମୁହିଁ ହୋଇଛନ୍ତି।

ଆନ୍ଦୋଳନ ଚାଷୀ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ପରିସ୍ଥିତିକୁ ଦେଖି ହରିୟାଣା ରାଜସ୍ଥାନ ପ୍ରଶାସନର ସତର୍କ ହୋଇଛି। ହରିୟାଣାର ଲୋକମାନେ କହିଛନ୍ତି ଯେ, 26 ଜାନୁଆରୀରେ ଦିଲ୍ଲୀରେ ତ୍ରିରଙ୍ଗାକୁ ଯେପରି ଅପମାନିତ କରାଗଲା, ସେମାନେ କୃଷକ ନୁହଁନ୍ତି ବଂର ସେମାନେ ଦେଶଦ୍ରୋହୀ । ସୀମାରେ ବିରୋଧ କରୁଥିବା ଲୋକମାନେ କୃଷକ ନୁହଁନ୍ତି, ସେମାନେ ରାଜନେତା । ସେମାନେ ଧାରଣ ନାଁରେ ହୀନ ରାଜନୀତି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.