ETV Bharat / bharat

ମନ୍ତ୍ର ଉଚ୍ଚାରଣ ପୁଷ୍ପବର୍ଷା ମଧ୍ୟରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧୀ - ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି

ଶହ ଶହ ସାଧୁ ସନ୍ଥ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଦିଆଗଲା ଭୂ-ସମାଧି । ସନାତନ ସଂସ୍କୃତି ଓ ବୈଦିକ ରୀତିନୀତି ଅନୁଯାୟୀ ଆଜି ମହନ୍ତଙ୍କ ଇଚ୍ଛା ମୁତାବକ ମଠ ପରିସରରେ ଥିବା ଲେମ୍ବୁ ବୃକ୍ଷ ତଳେ ତାଙ୍କୁ ସମାଧୀ ଦିଆଯାଇଛି । ଅଧିକ ପଢନ୍ତୁ...

Mahant narendra giri
Mahant narendra giri
author img

By

Published : Sep 22, 2021, 6:13 PM IST

ପ୍ରୟାଗରାଜ: ଶହ ଶହ ସାଧୁ ସନ୍ଥ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଦିଆଗଲା ଭୂ-ସମାଧି । ସନାତନ ସଂସ୍କୃତି ଓ ବୈଦିକ ରୀତିନୀତି ଅନୁଯାୟୀ ଆଜି ମହନ୍ତଙ୍କ ଇଚ୍ଛା ମୁତାବକ ମଠ ପରିସରରେ ଥିବା ଲେମ୍ବୁ ବୃକ୍ଷ ତଳେ ତାଙ୍କୁ ସମାଧୀ ଦିଆଯାଇଛି ।

ସାମାଧୀ ପାଇଁ ବାଘମ୍ବରୀ ମଠ ପରିସରରେ ଥିବା ପାର୍କରେ ନିଜ ଗୁରୁଙ୍କ ସାମାଧି ସ୍ଥଳୀ ନିକଟରେ ଥିବା ଲେମ୍ବୁ ବୃକ୍ଷ ମୂଳେ ଏକ ଗାତ ଖୋଲା ଯାଇଥିଲା । ସେହି ଗାତରେ ଏକ ଛୋଟ ଘର ନିର୍ମାଣ କରାଯାଇଥିଲା । ଏଥିରେ ଲୁଣର ଏକ ପ୍ରସ୍ତର ପକାଯାଇଥିଲା । ଏହାପରେ ମନ୍ତ୍ର ଉଚ୍ଚାରଣ କରି, ସ୍ଥାନକୁ ପବିତ୍ର କରାଯାଇଥିଲା । ବିଭିନ୍ନ ପୁଷ୍ପ, ଚନ୍ଦନ, ଗଙ୍ଗାଜଳ ଛିଞ୍ଚନ କରାଯାଇଥିଲା ।

ମନ୍ତ୍ର ଉଚ୍ଚାରଣ ପୁଷ୍ପବର୍ଷା ମଧ୍ୟରେ ଭୂ-ସମାଧୀ ନେଲେ ମହନ୍ତ ନରେନ୍ଦ୍ର ଗିରି

ଏହାପରେ ଚତୁର୍ଦ୍ଦିଗକୁ ବନ୍ଦ କରାଯାଇ ଗାତ ଭିତରେ ସାମାଧି କାର୍ଯ୍ୟ ହୋଇଥିଲା । ଯାହା ଗୁପ୍ତ ରଖାଯାଇଥିଲା । ବାହାରେ କାଶୀ, ବୃନ୍ଦାବାନ, ମଥୁରା, ଅଯୋଧ୍ୟା ସମେତ ସାରା ଦେଶରୁ ଆସିଥିବା ସାଧୁ ସନ୍ଥ ମନ୍ତ୍ର ଉଚ୍ଚାରଣ କରିଥିଲେ । ୧୬ ପ୍ରକାର ପୂଜାର୍ଚ୍ଚନା ପରେ ମହନ୍ତ ନରେନ୍ଦ୍ର ଗିରି ମହାରାଜ ଗାତ ଭିତରେ ନିର୍ମାଣ ହୋଇଥିବା କଠୋରୀରେ ‘ପଦ୍ମାଶନ’ ମୁଦ୍ରାରରେ ବ୍ରହ୍ମଲୀନ ହୋଇଥିଲେ । ପରେ ଅବଶିଷ୍ଟ କାର୍ଯ୍ୟ ସମାପନରେ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଗାତ ମଧ୍ୟରେ ରଖାଯାଇଥିଲା । ଏହାପରେ ଗାତକୁ ପୋତାଯାଇଥିଲା ।

ତେବେ ସମାଧୀ ସ୍ଥଳ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସେମିତି ମାଟିରେ ରହିବ । ଏହା ଉପରେ ଶିବଲିଙ୍ଗ ସ୍ଥାପନ କରି ପ୍ରତିଦିନ ପୂଜାର୍ଚ୍ଚନା କରାଯିବ । ଏତତ ବ୍ୟତୀତ ଗୋଟିଏ ବର୍ଷ ପରେ ସାମାଧୀ ସ୍ଥଳୀକୁ ପକ୍କା ତଥା କଂକ୍ରିଟ କରାଯିବ ।

ଏହା ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ପାର୍ଥିବ ଶରୀରକୁ ତ୍ରିବେଣୀ ସଙ୍ଗମକୁ ନିଆଯାଇଥିଲା । ସେଠି ମଧ୍ୟ ସନାତନ ପରମ୍ପରା ଅନୁସାରେ କାର୍ଯ୍ୟବିଦ୍ଧି କରାଯାଇଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ କାରଣରୁ ତ୍ରିବେଣୀ ସଙ୍ଗମ ଭିତରକୁ ମହାରାଜଙ୍କ ପାର୍ଥିବ ଶରୀରକୁ ଅଣାଯାଇ ନଥିଲା । ତ୍ରିବେଣୀ ସଙ୍ଗମରୁ ଜଳ ଆଣି ଅଭିଷେକ କରାଯାଇଥିଲା । ସେହିଠାରୁ ହନୁମାନ ମନ୍ଦିରକୁ ପାର୍ଥିବ ଶରୀରକୁ ଅଣାଯାଇ ଆରତୀ ସହ ପୂଜାର୍ଚ୍ଚନା କରାଯାଇଥିଲା । ସେହି ଠାରୁ ସିଧା ଏକ ଶୋଭାଯାତ୍ରା ଜରିଆରେ ବାଘମ୍ବରୀ ମଠ ଆସିଥିଲା ପାର୍ଥିବ ଶରୀର । ମଠ ପରିସରରେ ସମସ୍ତ କାର୍ଯ୍ୟ ସମାପନ ପରେ ଶେଷକୃତ୍ୟ କରିଥିଲେ ଶିଷ୍ୟ ତଥା ଭାବି ଉତ୍ତାରାଧିକାରୀ ବଲବୀର ଗିରି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.