ETV Bharat / bharat

ମହାନବମୀରେ କନ୍ୟା ପୂଜନ ପରମ୍ପରା, ଜାଣନ୍ତୁ ପୂଜା ବିଧି - ନବରାତ୍ରରେ କୁମାରୀ କନ୍ୟାଙ୍କ ପୂଜା

ନବରାତ୍ରରେ କୁମାରୀ କନ୍ୟାଙ୍କ ପୂଜା ଏକ ନିଆରା ପରମ୍ପରା ରହିଛି । ଜାଣନ୍ତୁ ମହାନବମୀରେ କିପରି କରିବେ କନ୍ୟାଙ୍କ ପୂଜା । ଅଧିକ ପଢ଼ନ୍ତୁ

kanya pujan ritual in maha navami kanya pujan ritual in maha navami
ନବରାତ୍ରୀରେ କନ୍ୟା ପୂଜା: ଜାଣନ୍ତୁ ପୂଜା ବିଧି
author img

By

Published : Oct 4, 2022, 10:12 AM IST

Updated : Oct 4, 2022, 10:18 AM IST

ଲକ୍ଷ୍ନୌ: ଭାରତରେ ଶକ୍ତି ଉପାସନାର ପରମ୍ପରା ବହୁ ପ୍ରାଚୀନ । କେଉଁ ଆବାହନ କାଳରୁ ହିନ୍ଦୁ ଧର୍ମରେ ଶକ୍ତି ଉପାସନା ପ୍ରଥା ପ୍ରଚଳିତ । ଶାରଦୀୟ ଦୁର୍ଗାପୂଜାର ଏକ ନିଆରା ପରମ୍ପରା ହେଉଛି କୁମାରୀ ପୂଜା ବା କନ୍ୟା ପୂଜା । ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ଶେଷରେ କୁମାରୀ କନ୍ୟାଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଏ । କନ୍ୟା ମହାମାୟାଙ୍କ ସ୍ବରୂପ ଅଟନ୍ତି । ତେଣୁ ଦୁର୍ଗା ପୂଜାରେ ସେମାନଙ୍କୁ ପୂଜା କରାଯାଏ ।

ମହାନବମୀ ବ୍ରତ ମୂହୁର୍ତ୍ତ: ଋଷି ଦ୍ବିବେଦୀ କହିବା ଅନୁଯାୟୀ, ଚଳିତ ଥର ଆଶ୍ବୀନ ଶୁକ୍ଲ ପକ୍ଷ ନବମୀ ତିଥି ଅକ୍ଟୋବର 4 ତାରିଖ ମଙ୍ଗଳବାର ଦିନ ମଧ୍ୟାହ୍ନ 2ଟା 22 ମିନିଟ ପର୍ଯ୍ୟନ୍ତ ରହିବ । ଏହାପରେ ଦଶମୀ ତିଥି ଆରମ୍ଭ ହେବ। ଯାହା 5 ତାରିଖ 12ଟା 1 ମିନିଟରେ ଶେଷ ହେବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମହାନବମୀ ବ୍ରତ ପାଳନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ଅକ୍ଟୋବର 4 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମହାନବମୀ ବ୍ରତ ପାଳନ: ନବମୀ ବ୍ରତ ପାଳନ କରି ମା' ଦୁର୍ଗାଙ୍କୁ ରୀତନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଏହି ଦିନ କୁମାରୀ କନ୍ୟାଙ୍କୁ ପୂଜା କରିବାର ନିୟମ ରହିଛି। ମା' ଦୁର୍ଗାଙ୍କ ଅପରାଜିତା ରୂପ ଏବଂ ଲାଜକୁଳି ଲତା ଗଛକୁ ପୂଜା କରାଯିବା ପରମ୍ପରା ରହିଛି । ବିଜୟାଦଶମୀ ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନ କରାଯାଏ । ରାଶି ଅନୁସାରେ ପୂଜା କଲେ ଫଳପ୍ରଦ ମିଳେ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଶ୍ବାସ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ରଙ୍ଗ ଉପକାରୀ ।

କେଉଁ ରାଶି ପାଇଁ କେଉଁ ରଙ୍ଗ ଶୁଭ ଅଟେ

ମେଷ: ଲାଲ, ଗୋଲାପୀ ଓ କମଳା

ବୃଷ: ଧଳା ଓ କ୍ରିମ ରଙ୍ଗ

ମିଥୁନ: ସବୁଜ

କର୍କଟ: ଧଳା ଓ କ୍ରିମ

ସିଂହ: କେଶର ରଙ୍ଗ, ଲାଲ ଓ ଗୋଲାପୀ

କନ୍ୟା: ସବୁଜ

ତୁଳା: ଧଳା, ନୀଳ

ବଛା: କମଳା, ଲାଲ ଓ ଗୋଲାପୀ

ଧନୁ: ହଳଦିଆ, ସୁନେଲି

ମକର ଏବଂ କୁମ୍ଭ: ମାଟିଆ, ଧୂସର ରଙ୍ଗ

ମୀନ: ହଳଦିଆ ଓ ସୁନେଲି

ଋଷି ଦ୍ବିବେଦୀଙ୍କ କହିଛନ୍ତି ଯେ, "ବ୍ରତଧାରୀମାନେ କୁମାରୀ କନ୍ୟାଙ୍କୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭାଗବତ ଗ୍ରନ୍ଥରେ ଉଲ୍ଲେଖ ରହିଛି । ମୁଖ୍ୟତଃ 2 ବର୍ଷରୁ 10 ବର୍ଷର କୁମାରୀଙ୍କୁ ଦେବୀ ରୂପେ ବିବେଚନା କରାଯାଏ । ତେଣୁ ବ୍ରତଧାରୀମାନେ ସେମାନଙ୍କ ପୂଜା କରି ଆଶୀର୍ବାଦ ନେଇଥାନ୍ତି ।"

Last Updated : Oct 4, 2022, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.