ETV Bharat / bharat

Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA - ମନୀଷ କଶ୍ୟପଙ୍କ ବଢିଲା ଅଡୁଆ

ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବଢିଲା ଅଡୁଆ । ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଅଧୀନରେ ମାମଲା ରୁଜୁ କଲା ମଦୁରାଇ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 6, 2023, 10:14 PM IST

ପାଟନା: ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଆକ୍ରମଣ ନେଇ ମିଥ୍ୟା ଭିଡିଓ ପୋଷ୍ଟ କରିବା ଘଟଣା । ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ଲାଗି ବଢିଲା ଅଡୁଆ । ଗୋଟିଏ ପଟେ ତାଙ୍କୁ କୋର୍ଟରୁ ଜାମିନ ମିଳିନଥିବା ବେଳେ ଏପଟେ ତାମିଲନାଡୁ ମଦୁରାଇ ପୋଲିସ ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି । ଯାହାଦ୍ବାରେ ସେ ଜେଲରୁ ମୁକିଳିବା ପ୍ରାୟତଃ ସମ୍ଭବପର ନୁହେଁ । ଏବେ ମନୀଷ ନ୍ୟାୟିକ ହେପାଜତରେ ରହିଛନ୍ତି ।

  • YouTuber Manish Kashyap who has been sent to judicial custody till April 19 for posting fake videos of migrant labourers from Bihar "being attacked" in Tamil Nadu has been booked under National Security Act (NSA).

    — ANI (@ANI) April 6, 2023 " class="align-text-top noRightClick twitterSection" data=" ">

ବୁଧବାର ମଦୁରାଇ କୋର୍ଟ ବିବାଦୀୟ ୟୁଟ୍ୟୁବର ମନୀଷଙ୍କୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି । ଏ ନେଇ ମଦୁରାଇ ପୋଲିସ କହିଛି ଯେ ତାମିଲନାଡୁରେ ବିହାରର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ନେଇ ସେ ଯେଉଁ ମିଥ୍ୟା ଭିଡିଏ ପୋଷ୍ଟ କରିଥିଲେ, ସେଥିଲାଗି ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଲଗାଯାଇ ତାଙ୍କୁ ହେପାଜତରେ ରଖାଯାଇଛି । ଏହାପରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବ । ସେପଟେ ବିହାରରେ ମଧ୍ୟ ମନୀଷଙ୍କ ବିରୋଧରେ ୨ ଦିନ ପୂର୍ବରୁ ଆର୍ଥିକ ଅପରାଧ ୱିଙ୍ଗ ୪ର୍ଥ ଥର ଲାଗି ମାମଲା ରୁଜୁ କରିଥିଲା ।

ଏହା ବି ପଢନ୍ତୁ-ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ଏହି ନୂଆ କେସରେ ମନୀଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ନିଜର ଏକ ପୁରୁଣା ଭିଡିଓକୁ ନେଇ ଫସିଛନ୍ତି ମନୀଷ । ଉକ୍ତ ଭିଡିଓରେ ସେ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ବେଳେ ଖୁସି ମନାଇବା ଲାଗି କହୁଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ମନୀଷ କଶ୍ୟପଙ୍କ ବିରୋଧରେ ତାମିଲନାଡୁ ମାମଲା ସମେତ ଅନେକ ମାମଲା ରୁଜୁ ହୋଇଛି । ଶ୍ରମିକଙ୍କୁ ନେଇ କରିଥିବା ଭିଡିଓଟି ମିଥ୍ୟା ବୋଲି ଜଣାପଡ଼ିବା ପରେ ପୋଲିସ ମନୀଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆରେଷ୍ଟ ୱାରେଣ୍ଟ ଜାରି ହେବା ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଫେରାର ହେଉଥିଲେ ସେ । ଏହାପରେ ସେ ଗତ ମାର୍ଚ୍ଚ ୧୮ ତାରିଖରେ ବିହାର ଜଗଦୀଶପୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ ।

ଜଗଦୀଶପୁର ପୋଲିସ ଷ୍ଟେସନରୁ ମାତ୍ର ୨୦କିମି ଦୂରରେ ଥିବା ଆରେଜରୁ ଏକ କାରରେ ବସି ଷ୍ଟେସନ୍‌ରେ ପହଞ୍ଚିଥିଲେ । ଏହାପରେ ସେ ପୂର୍ବରୁ ତାଙ୍କ ସମର୍ଥକଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ କହିଥିଲେ । ପୋଲିସ ଷ୍ଟେସନ ପହଞ୍ଚିବା ପରେ ସେ ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସେ ସୋସିଆଲ ମିଡିଆରେ ସୂଚନ ଦେବା ପରେ ପୋଲିସ ଷ୍ଟେସନ ନିକଟରେ ଧୀରେଧୀରେ ଲୋକଙ୍କ ଗହଳି ଜମିଥିଲା । ଏହାପରେ ତାଙ୍କ ସମର୍ଥକମାନେ ନାରାବାଜି କରିବା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.