ETV Bharat / bharat

ମଧ୍ୟପ୍ରଦେଶରେ ବିଜେପିକୁ ଝଟକା, ହାରିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ

author img

By ETV Bharat Odisha Team

Published : Dec 3, 2023, 2:35 PM IST

Madhyapradesh Assembly Election Result 2023: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ଥିଲେ ବି ଦଳକୁ ଝଟକା ଲାଗିଛି । ନିବାସୀ ଆସନରୁ ଲଢୁଥିବା କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ହାରିଛନ୍ତି । ଅଧିକ ପଢନ୍ତୁ

Faggan Singh Kulaste
Madhyapradesh Assembly Election Result 2023

ଭୋପାଳ: ମଧ୍ୟ ପ୍ରଦେଶରେ ପୁଣି ଶିବରାଜ ସରକାର ! ଆଉ କିଛି ସମୟରେ ସ୍ପଷ୍ଟ ହୋଇଯିବ ଚିତ୍ର । ବିଜେପି ସପକ୍ଷରେ ନିର୍ବାଚନୀ ପବନ ବହିଲାଣି । ରିପୋର୍ଟ ଲେଖାଯିବା ସୁଦ୍ଧା ରାଜ୍ୟରେ 157 ଆସନରେ ବିଜେପି ଆଗୁଆ ରହିଛି । ଆଗୁଆ ରହିଥିଲେ ବି ଦଳକୁ ଏକ ଶକ୍ତ ଝଟକା ଲାଗିଛି । କେନ୍ଦ୍ରମନ୍ତ୍ରୀ ଫଗାନ ସିଂହ କୁଲସ୍ତେ ନିବାସୀ ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ।

ମଣ୍ଡଳାର ନିବାସୀ ଆସନରୁ କେନ୍ଦ୍ରମନ୍ତ୍ରୀ ଫଗାନ ସିଂହ କୁଲସ୍ତେଙ୍କୁ ପ୍ରାର୍ଥୀ କରିଥିବା ବିଜେପି । ମଧ୍ୟପ୍ରେଦେଶରେ ବିଜେପି ଆଗରେ ଥିଲେ ବି ଫଗାନ ଫେଲ ମାରିଛନ୍ତି । 11 ହଜାର ଭୋଟରେ ହାରିଛନ୍ତି ଫଗାନ ସିଂହ କୁଲସ୍ତେ । ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ବାଜି ମାରି ନେଇଛନ୍ତି । ଆରମ୍ଭରୁ 8 ହଜାର ଭୋଟରେ ପଛରେ ଚାଲୁଥିଲେ ଫଗାନ । ଆଉ ପଛରେ ହିଁ ରହିଗଲେ । ମାର୍ଜିନ କମ କରି ପାରିନଥିଲେ । ବର୍ତ୍ତମାନ ଫଗାନ ରାଜ୍ୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଅଛନ୍ତି । ଶିବରାଜ ସିଂହ ଚୌହାନଙ୍କ ସ୍ଥାନରେ ଫଗାନ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା ।

ମଧ୍ୟପ୍ରଦେଶର ଜଣେ ଆଦିବାସୀ ନେତା ଭାବରେ ସେ ଜଣାଶୁଣା । 2019ରେ ମଣ୍ଡଳାରୁ ଜିତି ଥିଲେ । ଏହାପୂର୍ବରୁ 1996 ଓ 2009 ଯାଏ ମଣ୍ଡଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ସାଂସଦ ଥିଲେ । 2012ରେ ରାଜ୍ୟସଭା ଯାଇଥିଲେ । 2014ରେ ପୁଣି ଲୋକସଭା ନିର୍ବାଚନରେ ଜିତିଥିଲେ । ନିବାସୀ ଆସନରୁ କଂଗ୍ରେସ ଚେନ ସିଂହ ବରକଡେଙ୍କୁ ପ୍ରାର୍ଥୀ କରିଥିଲା । ଏହାପୂର୍ବରୁ ମଧ୍ୟ କଂଗ୍ରେସର ଅଶୋକ ମର୍ସକୋଲେ ବିଧାୟକ ଥିଲେ ।

ଏହା ବି ପଢନ୍ତୁ...ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

ଏହା ବି ପଢନ୍ତୁ...କମଲନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ: ଅଶ୍ବିନୀ ବୈଷ୍ଣବ

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 157 ଆସନରେ ଆଗୁଆ ରହିଛି । କଂଗ୍ରେସ 65 ଆସନରେ ଆଗୁଆ ରହିଛି । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 161 ଆସନରେ ଆଗୁଆ ରହିଛି । କଂଗ୍ରେସ 71 ଆସନରେ ଆଗୁଆ ରହିଛି । ବଡ ବିଜୟ ପଥରେ ଆଗଉଛି ବିଜେପି । ବୁଧନୀ ଆସନରେ ବିଜେପି ଶିବରାଜ ସିଂହ ଚୌହାନ ଆଗରେ ରହିଛନ୍ତି । ରାଜ୍ୟରେ ବିଜେପି ପ୍ରଥମ ବିଜୟ ହାସଲ କରିଛି । କାଳପିପଳରୁ ଭାଜପାକୁ ବିଜୟ ମିଳିଛି । ଘନଶ୍ୟାମ ଚନ୍ଦ୍ରବଂଶୀ ବାଜି ମାରି ନେଇଛନ୍ତି । ହେଲେ ନିବାସୀରୁ ଦଳର ଫଗନ ସିଂହ କୁଲସ୍ତେ ପରାସ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.