ଲକ୍ଷ୍ନୌ: ଡିସେମ୍ବର ୨୨ରୁ କୋଲକାତାରୁ ବାହାରି ଥିବା ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ ଗଙ୍ଗା ବିଳାସ ଉତ୍ତରପ୍ରଦେଶ ବାରଣାସୀର ରାମନଗର ପୋର୍ଟରେ ପହଞ୍ଚିଛି । ଆସନ୍ତା ଜାନୁଆରୀ ୧୩ ତାରିଖରେ ଦୁନିଆର ସବୁଠୁ ଲମ୍ବା ରିଭର କ୍ରୁଜ (MV Ganga Vilas)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ ଭାରତର ନଦୀ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବ । ୫୧ ଦିନ ମଧ୍ୟରେ ୩୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ ଏହି କ୍ରୁଜ । ନଦୀ ମଧ୍ୟରେ ପ୍ରାୟ ୫୦ଟି ପର୍ଯ୍ୟଟନସ୍ଥଳୀର ମଜା ନେବେ ପର୍ଯ୍ୟଟକ । ଏଥିରେ ପଞ୍ଚ ତାରକା ହୋଟେଲର ସୁବିଧା ରହିଛି ।
ବାରଣାସୀରେ ଗଙ୍ଗା ବିଳାସ ଶନିବାର ପହଞ୍ଚିବାର ଥିଲା ମାତ୍ର ଖରାପ ପାଣିପାଗ ପାଇଁ ଯାତ୍ରା ବିଳମ୍ବ ହୋଇଥିଲା । ରାମନଗର ପୋର୍ଟର ସନ୍ଥ ରବିଦାସ ଘାଟରେ ଗଙ୍ଗା ବିଳାସକୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୩ ତାରିଖରେ ଭିସି ଜରିଆରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ । ଏହା ପରେ ବାରଣାସୀରୁ ଏହା ଆସମର ଦିବୁଘର ଅଭିମୁଖେ ବାହାରିବ । ଏଥିରେ ୮୦ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି । ୧୮ଟି କ୍ୟାବିନ ରହିଛି । ୫୧ ଦିନ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୩୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ ଏହି କ୍ରୁଜ । ୨୭ଟି ନଦୀ ମଧ୍ୟରେ ପ୍ରାୟ ୫୦ଟି ପର୍ଯ୍ୟଟନସ୍ଥଳୀର ମଜା ନେବେ ପର୍ଯ୍ୟଟକ ।
ଏହା ବି ପଢନ୍ତୁ...National Youth Festival: ଗୁରୁବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ମୋଦି
ଏମଭି ଗଙ୍ଗା ବିଳାସର ସ୍ବନ୍ତ୍ରତତା: ଭବିଷ୍ୟତକୁ ଦୃଷ୍ଟିରେ ରଖି କ୍ରୁଜରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । କ୍ରୁଜ ଭିତରେ ଭାରତର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏଥିରେ ବାଥରୁମ ଫ୍ରେଞ୍ଚ ବାଲକୋନି, LED ଟିଭି ଆଦି ରହିଛି । ଏଥିରେ ୧୮ଟି କ୍ୟାବିନ ରହିଛି । ଗଙ୍ଗା ବିଳାସରେ ଯାତ୍ରା କରିବାକୁ ଥିବା ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ସ୍ମୃତି ଦେବ । ଏହି କ୍ରୁଜ ବା ଜଳ ଜାହାଜରେ ପଞ୍ଚ ତାରକାର ସୁବିଧା ରହିଛି । ଏହି ଜାହାଜ ମାଧ୍ୟମରେ ପର୍ଯ୍ୟଟକ ଭାରତ ଓ ବାଂଲାଦେଶ ମଧ୍ୟ ଦେଇ ଯାଇଥିବା ନଦୀରେ ଭ୍ରମଣ କରିପାରିବେ । ଏହି ଜାହାଜରେ ୬୨ ମିଟର ଲମ୍ବ, ୧୨ ମିଟର ଚଉଡ଼ା ରହିଛି । ଏଥିରେ ୩ଟି ଡେକ୍ ରହିଛି । ଏଥିରେ ପ୍ରଦୂଷଣ ମୁକ୍ତ ଓ ଶଦ୍ଦବିହୀନ ଯନ୍ତ୍ର ଲଗାଯାଇଛି ।
ସରକାରୀ ବିବୃତ୍ତିରୁ ମିଳିଥିବା ସୂଚନା ଅନୁସାରେ, ବାଂଲାଦେଶରେ ଏହା ମେଘନା, ପଦ୍ମ ଏବଂ ଯମୁନା ଦେଇ ଯାଇ ଆସାମର ବ୍ରହ୍ମପୁତ୍ରରେ ପ୍ରବେଶ କରିବ । ୫୦ ପର୍ଯ୍ୟଟନ ସ୍ଥଳୀରେ ୫୧ ଦିନ ଧରି ଯାତ୍ରା କରିବାକୁ ଥିବା ଏହି ଗଙ୍ଗା ବିଳାସ ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ପ୍ରମୁଖ ସହର ଯେପରି ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ଆସାମର ଗୌହାଟୀ, ବାଂଲାଦେଶର ଢାକା ଭଳି ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ଯୋଜନା କରାଯାଉଛି ।