ଚଣ୍ଡିଗଡ: ପଞ୍ଜାବ ଲୁଧାଆନା ଗ୍ୟାସ ଲିକ ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣରେ ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଛି ପରିବାର । ଏହାରି ଭିତରେ ଲୁଧାଆନା ଗ୍ୟାସ ଲିକ ବିଭୀଷିକାର ଏକ ଚିତ୍ର ସାମ୍ନାକୁ ଆସିଛି । ବିଶାକ୍ତ ଗ୍ୟାସ ଲିକ ଯୋଗୁ ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ ହୋଇଛି । ଆଉ ସୌଭାଗ୍ୟବସତଃ ବଞ୍ଚିଯାଇଛି 8 ମାସର ଶିଶୁ । ଦୁଃଖର ବିଷୟ ଯେ ଦୁନିଆରେ ଏକା ହୋଇଯାଇଥିବା 8ମାସର ଶିଶୁପୁତ୍ର ୟୁଗ ତାର ବାପା ମାଆ ଓ ଜେଜେମାଆଙ୍କୁ ମୁଖାଗ୍ନୀ ଦେଇଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଗତ ଏପ୍ରିଲ 30 ତାରିଖରେ ପଞ୍ଜାବ ଲୁଧାଆନା ଗ୍ୟାସପୁରା ଅଞ୍ଚଳରେ ଏକ କ୍ଷୀର ଫ୍ୟାକ୍ଟ୍ରିରୁ ବିଶାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଏଥିରେ ମୋଟ 11ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରର ଗୋଟିଏ ପରିବାରର 5 ଜଣଥିଲେ । ଏହି ଅଘଟଣରେ ସେହି ଅଞ୍ଚଳର ଗୋଟିଏ ପରିବାରର 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ 8 ମାସର ଶିଶୁ ବଞ୍ଚିଯାଇଥିଲା । ସୌରଭ ଗୋୟଲ ତାଙ୍କ ପତ୍ନୀ ପ୍ରୀତି ଗୋୟଲ ଓ ମାଆ କମଳେଶ ଗୋୟଲଙ୍କ ମୃତ୍ୟୁ ହୋଇଥିଲା । ଗ୍ୟାସ ଲିକ କାରଣରୁ ସେମାନେ ଅଚେତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟକର ଭାବେ ତାଙ୍କର 8 ମାସର ପୁଅ ୟୁଗ ବଞ୍ଚିଯାଇଥିଲା । ଏହା ପରେ ୟୁଗ ତାଙ୍କ ମାଉସୀ କୋଳରେ ବାପା ମାଆ ଓ ଜେଜେମାଆଙ୍କୁ ମୁଖାଗ୍ନୀ ଦେଇଥିଲେ । 8 ମାସର ଶିଶୁଟି ପରିବାରକୁ ମୁଖାଗ୍ନୀ ଦେଉଥିବାର ଦୃଶ୍ୟ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗ୍ୟାସପୁରା ଶ୍ମଶାନ ଘାଟରେ ଏହି ଦୃଶ୍ୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢନ୍ତୁ...Ludhiana Gas Leak: କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୧୧ ମୃତ
ଏହା ବି ପଢନ୍ତୁ...Ludhiana Gas Leak Tragedy: ହାଇଡ୍ରୋଜେନ ସଲଫାଇଡ ଗ୍ୟାସ୍ ନିର୍ଗମନ ଯୋଗୁଁ ଯାଇଛି ଜୀବନ
ପରିବାର ଲୋକଙ୍କୁ ହରାଇବା ପରେ ଦୁନିଆରେ ଶିଶୁଟି ଏକା ହୋଇଯାଇଛି । 8 ମାସର ୟୁଗ ବର୍ତ୍ତମାନ ତାର ମାଉସୀଙ୍କ ପାଖରେ ରହିବ ବୋଲି ଜଣାପଡିଛି । ୟୁଗକୁ ତାର ମାମୁଁ ଘରେ ରହିବା ପାଇଁ ସମ୍ପର୍କୀୟ ନିଷ୍ପତ୍ତି ନେଇଛନ୍ତି । ଶିଶୁଟିର ଦାଦା ଗୌରବ ଗୋୟଲ ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତିନି ବର୍ଷ ହେବ ବିବାହ କରିଥିବା ସୌରଭ ଗୋୟଲ ଉତ୍ତରପ୍ରଦେଶ ଆଲିଗଡ ନିବାସୀ । 2 ବର୍ଷ ହେବ ସେ ପଞ୍ଜାବରେ ରହି ଆସୁଛନ୍ତି । ତାଙ୍କର ସୁଆରୋଡରେ ଏକ ରାସନ ଦୋକାନ ଥିଲା । କ୍ଷୀର ଫ୍ୟାକ୍ଟ୍ରିୁ ହାଇଡ୍ରୋଜେନ ସଲଫାଇଡ ଗ୍ୟାସ୍ ନିର୍ଗମନ ଯୋଗୁଁ ଏହି ଅଘଟଣ ଘଟିଛି ।