ETV Bharat / bharat

ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ ହେବ ଲକ୍ଷ୍ନୌ ପ୍ରାଣୀ ଉଦ୍ୟାନ !

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee)ଙ୍କ ନାମରେ ନାମିତ ହେବ ଲକ୍ଷ୍ନୌ ପ୍ରାଣୀ ଉଦ୍ୟାନ(Lucknow Zoo ) । ଅଧିକ ପଢନ୍ତୁ

author img

By

Published : Nov 30, 2021, 3:23 PM IST

Atal Bihari Vajpayeeଙ୍କ ନାମରେ ନାମିତ ହେବ ଲକ୍ଷ୍ନୌର ପ୍ରାଣୀ ଉଦ୍ୟାନ !

ଲକ୍ଷ୍ନୌ: ବଦଳିବ ଉତ୍ତରପ୍ରଦେଶ ଲକ୍ଷ୍ନୌ ପ୍ରାଣୀ ଉଦ୍ୟାନ(Lucknow Zoo )ର ନାଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee)ଙ୍କ ନାମରେ ନାମିତ ହେବ ଏହି ପ୍ରାଣୀ ଉଦ୍ୟାନ । ଉତ୍ତରପ୍ରଦେଶ ସରକାର ଏନେଇ ବିଚାର ବିମର୍ଷ ଜାରି ରଖିଛନ୍ତି । ଉତ୍ତରପ୍ରଦେଶର ଜଙ୍ଗଲ ମନ୍ତ୍ରୀ ଡାରା ସିଂହ ଏନେଇ କହିଛନ୍ତି ଯେ ସରକାର ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ଏବଂ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।

ଲକ୍ଷ୍ନୌ ପ୍ରାଣୀ ଉଦ୍ୟାନର ନାଁ ପୂର୍ବରୁ Prince of Wales Zoological Garden ରହିଥିଲା । ୨୦୧୫ରେ ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ସରକାରଙ୍କ ସମୟରେ ଏହି ପ୍ରାଣୀ ଉଦ୍ୟାନର ନାମ ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନ ଭାବେ ନାମକରଣ କରାଯାଇଥିଲା । ଏବେ ଏହି ପ୍ରାଣୀ ଉଦ୍ୟାନକୁ ୧୦୦ ବର୍ଷ ପୁରିଛି ।

ତେବେ ଅଧିକାରୀମାନେ କହିଛନ୍ତି ଯେ ଡିସେମ୍ବର ୨୫ରେ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଥିବାରୁ ଏହି ଅବସରରେ ପ୍ରାଣୀ ଉଦ୍ୟାନର ନାମକରଣ ହେବାର ସମ୍ଭାବନା ରହିଛି । ପ୍ରତିବର୍ଷ ଏଠାକୁ ପ୍ରାୟ ୧୩ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏହି ପାର୍କରେ ୯୧୧ ପ୍ରାଣୀ, ୧୦୨ ପ୍ରଜାତିର ପକ୍ଷୀ ରହିଛନ୍ତି । ୧୯୨୧ ମସିହାରେ ଏହା ସ୍ଥାପିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.